ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ବଅଁରପାଳ ତାଳଚେର ରାସ୍ତାରେ ଥିବା ବ୍ରାହ୍ମଣେଇ ଢ଼ାବାରେ ଶୁକ୍ରବାର ରାତିରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ବିଭିନ୍ନ ବ୍ରାଣ୍ଡର ୨୮ ଲିଟର ବିଦେଶୀମଦ ଜବତ କରିଛି। ଏଥିସହ ଢ଼ାବା ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ(୩୮)ଙ୍କୁ ଗିରଫକରିଛି। ଢ଼ାବା ମାଲିକ ଚରଣ ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ଯେ, ପୁଲିସ ପାଟ୍ରୋଲିଂ ବେଳେ ଢ଼ାବାରେ ବେଆଇନଭାବେ ମଦ କାରବାର ଚାଲିଥିବା ଦେଖିବାକୁ ମିଳିଥିଲା। ପୁଲିସ ଚଢ଼ାଉକରି ଏହି ବିଦେଶୀ ମଦ ଜବତ କରିଥିଲା। ତେବେ ଥନାଠାରୁ ଅଧକିଲୋମିଟର ଦୁରରେ ଜାତୀୟ ରାଜପଥରେ ଏଭଳି ମଦକାରବାର ଦୀର୍ଘଦିନ ଧରି ଚାଲିଥିଲେ ହେଁ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ଢ଼ାବାରେ ଚଢ଼ାଉ ୨୮ ଲିଟର ବିଦେଶୀମଦ ଜବତ
- Post published:September 18, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
