ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଏସଟିପିରୁ ଷ୍ଟ୍ରିଟ ଲାଇଟ ଚୋରି ଅଭିଯୋଗରେ ପୋଲିସ ଗୁରୁବାର ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ ଗତ ସେପ୍ଟେମ୍ବର ୨୮ ତାରିଖରେ ନାଲକୋ ସ୍ମେଲଟର ପ୍ଲାଣ୍ଟର ଏସଟିପି ସବଷ୍ଟେସନରୁ କାନ୍ଥ ଭାଙ୍ଗି କିଛି ଷ୍ଟ୍ରିଟ୍ ଲାଇଟ ଚୋରି ହୋଇଥିଲା। ଏ ନେଇ ସିକ୍ୟୁରିଟି ସଂସ୍ଥା ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ବଳରାମପ୍ରସାଦ ସିତିରାସାହିର କୁନା ମହାରଣାଙ୍କୁ ଗିରଫକରି ଷ୍ଟ୍ରିଟ ଲାଇଟ ଜବତ କରିଥିଲା। ତେବେ ଏଥିରେ ସମ୍ପୃକ୍ତ ଥିବା ସିତିରାସାହିର ଟିକମ ପ୍ରଧାନ(୨୬), ବାପୁନ ପ୍ରଧାନ(୨୩) ଓ ବାବୁ ମୁଣ୍ଡା(୩୧)ଙ୍କୁ ଗୁରୁବାର ଗିରଫକରି କୋର୍ଟ ଚାଲାଣ କରିଛି।
ଷ୍ଟ୍ରିଟ ଲାଇଟ ଚୋରି ଅଭିଯୋଗରେ ୩ ଜଣ ଗିରଫ
- Post published:January 6, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
