ଅନୁଗୁଳ: କିଶୋରନଗର ଥାନା ଅନ୍ତର୍ଗତ କଦଳୀମୁଣ୍ଡା-ରଣିଆକଟା ରାସ୍ତାର ମା’ ବାୟାଣୀ ପୀଠ ବାଙ୍କ ପୋଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିବାରୁ ବାଇକ ଚାଳକଙ୍କ ସମେତ ସ୍ତ୍ରୀ, ପୁଅ, ଝିଅ ଚାରିଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଜନସାଧାରଣ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୋଳ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାରେ ଆହତମାନେ ହେଲେ ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ନୂଆଁ ମାଣତ୍ରୀ ଗ୍ରାମର ରୋହିତ ସେଠୀ, ସ୍ତ୍ରୀ ରଶ୍ମିତା ସେଠୀ, ଝିଅ ହରପ୍ରିୟା ସେଠୀ ଓ ପୁଅ ସାଶ୍ବତ ସେଠୀ। ପରିବାରର ଚାରିଜଣ ସଦସ୍ୟ ବାଇକ୍ ଯୋଗେ କୁଷୁଣୀ ଗ୍ରାମରୁ ନିଜ ଗ୍ରାମ ନୂଆ ମାଣତ୍ରୀ ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।
ପୋଲ ତଳକୁ ଖସିଲା ବାଇକ୍, ୪ ଆହତ
- Post published:August 21, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
