maa mangala vihar

ଦୁଇ ଟ୍ରାନସଫାର୍ମର ଚୋରି

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ବୃଦ୍ଧି ପାଇବାରେ ଲାଗିଛି । ମାସକ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪ଟି ଟ୍ରାନ୍ସଫର୍ମର ଚୋରି ହୋଇଥିବା ବେଳେ ପୁଲିସ ଦୁର୍ବୃତ୍ତଙ୍କ ପତ୍ତା ପାଉନି । ଗତ ୨୧ ତାରିଖ ଦିନ ଜରପଡ଼ା ଥାନା ଇଲାକାର କଞ୍ଜରାରୁ ଗୋଟିଏ ୧୦ କେଭିର ଟ୍ରାନ୍ସଫର୍ମର ଚୋରି ହୋଇଛି । ସେହିପରି ଗୁରଙ୍ଗ ମାଳିସାହିରୁ ଆଉ ଏକ ୧୦ କେଭି ର
ଟ୍ରାନ୍ସଫର୍ମର ଖୋଲି ନେଇଯାଇଛନ୍ତି ଦୁର୍ବୃତ୍ତ । ଟ୍ରାନ୍ସଫର୍ମର ଦୁଇଟିର ମୂଲ୍ୟ ପ୍ରାୟ ୭୦ ହଜାର ହେବ ବୋଲି ଜରପଡ଼ା ସେକ୍ସନର କନିଷ୍ଠ ପରିଚାଳକ ଥାନାରେ ଲିଖିତ ଅଭିଯୋଗ କରିଛି । ପୁଲିସ୍‌ ଏ ସଂକ୍ରାନ୍ତରେ କେସ୍ ନଂ୧୬/୨୧ରେ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି ।

Leave A Reply

Your email address will not be published.