ପରକୀୟା ପ୍ରୀତିରୁ ସ୍ୱାମୀଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ସ୍ତ୍ରୀ ଓ ପ୍ରେମିକକୁ ଆଜୀବନ ଜେଲ୍

You are currently viewing ପରକୀୟା ପ୍ରୀତିରୁ ସ୍ୱାମୀଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ସ୍ତ୍ରୀ ଓ ପ୍ରେମିକକୁ ଆଜୀବନ ଜେଲ୍

ଆଠମଲ୍ଲିକ: ଆଠମଲ୍ଲିକ ଥାନାର ଏକ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲ୍ଲା ଦୌରାଜଜ ସ୍ୱାମୀହନ୍ତା ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା କରିଥିବା ଜଣାଯାଇଛି। ଅର୍ଥଦଣ୍ଡ ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ହେବ ବୋଲି ଆଦେଶରେ ଉଲ୍ଲେଖ ଥିବା ଜଣାଯାଇଛି।

ସୂଚନା ମୁତାବକ, ଆଠମଲ୍ଲିକ ବ୍ଲକ ଜାମୁଡୋଲୀ ପଞ୍ଚାୟତ କରଡ଼ାସିଙ୍ଗ ଗାଁର ଗୌତମ ବେହେରାକୁ ତା’ ସ୍ତ୍ରୀ ସରସ୍ବତୀ ବେହେରା (୨୨ ) ଓ ସ୍ତ୍ରୀର ପ୍ରେମିକ ଗୋବର୍ଦ୍ଧନ ମିର୍ଧା (୩୩) ମିଶି ଗତ ୨୬/୪/୨୦୨୧ ରାତିରେ ହତ୍ୟା କରିଥିଲେ। ତା ପରଦିନ ଗୌତମର ବଡ ଭାଇ ତାଙ୍କୁ ଖୋଜିବାକୁ ଘରକୁ ଯିବା ବେଳେ ସରସ୍ବତୀ ତାଙ୍କୁ ବାଧା ଦେଇଥିଲା। ସନ୍ଦେହ ହେବାରୁ ବଡଭାଇ ଜବରଦସ୍ତ ଘର ଭିତରେ ପଶି କବାଟକୁ ଖୋଲିବା ବେଳକୁ ଗୌତମର ମୃତଦେହ ତଳେ ପଡ଼ିଥିବା ଦେଖିଥିଲେ। ତାଙ୍କ ଦେହରେ କ୍ଷତଚିହ୍ନ ଥିବା ବେଳେ ବେକରେ ଦଉଡ଼ି ବନ୍ଧା ହୋଇଥିବା ସେ ଦେଖିଥିଲେ।
ଏନେଇ ସେ ୨୭ ତାରିଖ ଦିନ ଆଠମଲ୍ଲିକ ଥାନାରେ ସାନଭାଇର ସ୍ତ୍ରୀ ସରସ୍ବତୀ ବେହେରା ଓ ଗୋବର୍ଦ୍ଧନ ମିର୍ଧାଙ୍କ ନାଁରେ ଗୌତମକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ୬୯ /୨୦୨୧ ରେ ହତ୍ୟା ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ୨ ଜଣ ଯାକ ପ୍ରେମିକ ପ୍ରେମିକା ଥିଲେ। ଉଭୟେ ଗୌତମକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସ୍ଥିର କରି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା। ଏହି ହତ୍ୟା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲ୍ଲା ଦୌରାଜଜ ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ଅଭିଯୁକ୍ତ ଦ୍ବୟଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରିଥିବା ଜଣାଯାଇଛି। ଅର୍ଥ ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ପାଇଁ ଆଦେଶ ହୋଇଛି। ଏହି ମାମଲାକୁ ସହକାରୀ ପବ୍ଲିକ ପ୍ରସିକ୍ୟୁଟର ଅନ୍ତର୍ଯ୍ୟାମୀ ରାଉଳ ଓ ଅଭିଯୁକ୍ତଙ୍କ ପକ୍ଷରୁ ପ୍ରଭଞ୍ଜନ ମିଶ୍ର ପରିଚାଳନା କରୁଥିଲେ।

Share

Leave a Reply