ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଯାବତୀୟ ଅବ୍ୟବସ୍ଥା: ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ

0

ଅନୁଗୁଳ: ସ୍ଥାନୀୟ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି ସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିଭାବକ।

ସୂଚନା ମୁତାବକ, ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଗତ ବର୍ଷ ୨୦୨୩-୨୪ ମସିହାରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ଯାଇଥିଲା। ସ୍କୁଲ ପକ୍ଷରୁ ଅଭିଭାବକଙ୍କୁ ଛାତ୍ରଛାତ୍ରୀଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ ହେଉଛି, ଅଭିଭାବକଙ୍କ ଠାରୁ ନାମ ଲେଖା ବାବଦରେ ଲକ୍ଷାଧିକ ଟଙ୍କା ନେବା ସତ୍ତ୍ୱେ ସ୍କୁଲରେ ଅସୁରକ୍ଷିତ ସ୍କୁଲ ବସ, ଅସୁରକ୍ଷିତ ସ୍କୁଲର ଆନୁସଙ୍ଗୀକ ବ୍ୟବସ୍ଥା ଯଥା (ପାଚେରୀ, ଅଗ୍ନି ନିରାପତ୍ତା, ପରିମଳ), ଦୂଷିତ ପାନୀୟ ଜଳ ଦେବା, ଅତି ନିମ୍ନମାନର ଶିକ୍ଷା ବ୍ୟବସ୍ଥା, ଛାତଛାତ୍ରୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଭାବକ ଅଭିଯୋଗ କରିଛନ୍ତି।

ଏ ଘଟଣା ବିଷୟରେ ଜିଲ୍ଲା ଶିକ୍ଷା ବିଭାଗର ଉପ ବିଭାଗ ଅଧିକାରୀ ରୋହିତ କୁମାର ନାଥଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଛୁଟିରେ ଥିବାରୁ ଆମେ ଅଭିଯୋଗ ପତ୍ରକୁ ରଖୁଛୁ। ଶିକ୍ଷା ଅଧିକାରିଣୀ ଆସିଲେ ଅଭିଯୋଗ ପତ୍ର ହସ୍ତାନ୍ତର କରିଯିବ।

ସେହିପରି ପରି ସ୍କୁଲ ବସ ବାବଦରେ ଏମଭିଆଇଙ୍କୁ ପଚାରିବାରୁ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲ ବସକୁ ଯାଞ୍ଚ କରିଯିବା ପରେ ପାର୍ଟିସନ୍ ଏବଂ ପର୍ମିଟ ନଥିବାରୁ ଦୁଇଟି ଗାଡ଼ିକୁ ଫାଇନ କରାଯାଇଥିବା କହିଛନ୍ତି।

Leave A Reply

Your email address will not be published.

error: Content is protected !!