କ୍ୟାନସର ହେଲା କାଳ,ବିଷ ପିଇ ଜୀବନ ହାରିଲେ ଆମ୍ବୁଲାନ୍ସ ଡ଼୍ରାଇଭର

You are currently viewing କ୍ୟାନସର ହେଲା କାଳ,ବିଷ ପିଇ ଜୀବନ ହାରିଲେ ଆମ୍ବୁଲାନ୍ସ ଡ଼୍ରାଇଭର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆମ୍ବୁଲାନ୍ସ ଡ଼୍ରାଇଭର ଗୋଲବଦନ ସାହୁ ସୋମବାର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। କିଛିଦିନ ତଳେ ତାଙ୍କର ପାଟିରେ ଘା ହୋଇଥିଲା। ପରୀକ୍ଷାରୁ ଡାକ୍ତର ଏହା କ୍ୟାନ୍ସର ବୋଲି କହିଥିଲେ। ଗୋଲବଦନ ଅପରେସନ ପାଇଁ ଛୁଟି ମଧ୍ୟ ଆବେଦନ କରିଥିଲେ। ହେଲେ ଦୁଶ୍ଚିନ୍ତା ହେତୁ ସେ ସୋମବାର ତାଙ୍କ ଗାଁ ରେଢ଼ାଖୋଲ ଡଇଞ୍ଚାରେ କଳା ଫିନାଇଲ ପିଇ ଦେଇଥିଲେ।ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଜଣେ ଦକ୍ଷ ଡ୍ରାଇଭର ଭାବେ ସେ ପରିଚିତ ଥିଲେ। ଗତ ୩୦ ବର୍ଷ ଭିତରେ ସେ ମହାରାଣୀ ଟ୍ରଷ୍ଟ, ଲାୟନସ୍ କ୍ଳବ୍ ଏବଂ ଶେଷରେ ଅନୁଗୁଳ ଡାକ୍ତରଖାନାରେ ଆମ୍ବୁଲାନ୍ସ ଚଳାଇ ଆସୁଥିଲେ। ତାଙ୍କ ପରଲୋକରେ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସ ଚାଳକ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

Share

Leave a Reply