ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ: ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

0

ଅନୁଗୁଳ: ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ ସ୍ଥାନୀୟ ଶାନ୍ତି ରେସିଡେନ୍ସି ହୋଟେଲରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ସଭାପତି ତଥା ମୁଖ୍ୟ ସରକାରୀ ଓକିଲ ପରମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକରେ ଅନୁଗୁଳ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ, ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡ. ଅବିନାଶ ସାମଲ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ମ୍ୟୁନିସିପାଲିଟିର ଚେୟାରମ୍ୟାନ ଅକ୍ଷୟ ସାମନ୍ତ, ଅନୁଗୁଳ ଓକିଲ ସଂଘର ସଭାପତି ଦିଲ୍ଲୀପ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ବୈଠକରେ ସଂଯୁକ୍ତା ସିଂହ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ନାରୀକୁ ଅନୁଗୁଳ ବିଧାନସଭାମଣ୍ଡଳୀର ପ୍ରାର୍ଥୀ କରିଛନ୍ତି, ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଉଛି। ଅନୁଗୁଳବାସୀ ତଥା ଅନୁଗୁଳ ଲିଗାଲ ଫ୍ରଣ୍ଟର ଆଇନଜୀବୀ ମାନେ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ସେ ଅନୁରୋଧ କରିଥିଲେ। ସେହିଭଳି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଓ ଅନ୍ୟ ଅତିଥି ମାନେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଓ ଅନୁଗୁଳ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ଆଇନଜୀବୀ ମାନଙ୍କୁ ନିବେଦନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ମହାନ୍ତି, ଫ୍ରଣ୍ଟର ଜିଲ୍ଲା ସଭାପତି ପରମାନନ୍ଦ ମିଶ୍ର, ଆଇନଜୀବୀ ପ୍ରାର୍ଥସାରଥୀ ପ୍ରଧାନ, ବିନୋଦ କୁମାର ସାମଲ, ସୁନୀଲ କୁମାର ସାହୁ, ମମତା ପଟ୍ଟନାୟକ ଓ ଶ୍ରିୟଙ୍କା ପ୍ରିୟଦର୍ଶିନୀ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବୈଠକରେ ବରିଷ୍ଠ ଆଇନଜୀବୀ ଅଭୟ ଗଡ଼ନାୟକ, ପ୍ୟାରୀମୋହନ ନନ୍ଦ, ବିଭୂତି ଭୂଷଣ ଦାଶ, ଦ୍ୱାରିକା ପ୍ରସାଦ ନନ୍ଦ, ଅରବିନ୍ଦ ମିଶ୍ର, ଅଜିତ ବିଶୋଇ,ରାକେଶ ସୋଲାଙ୍କି, ପୁରୋନ୍ଦର ପ୍ରଧାନ, ତାପସ ମିଶ୍ର, ଅନୁଗୁଳ ଓକିଲ ସଂଘର ଉପସଭାପତି ଶିବାଶିଷ କର, ସହ ସମ୍ପାଦକ ପ୍ରଦୀପ୍ତ ଭୂତିଆ, ପ୍ରଭାକର ବିଶୋଇ, ଅଜିତ ରାଉତ, ଶିବରାମ ଦେହୁରୀ, ବାଉରୀବନ୍ଧୁ ମହାପାତ୍ରଙ୍କ ସମେତ ଅନୁଗୁଳ ଓକିଲ ସଂଘ ଓ ଅନୁଗୁଳ ନିର୍ବାଚନମଣ୍ଡଳୀର ଶତାଧିକ ଆଇନଜୀବୀ ମାନେ ଯୋଗ ଦେଇଥିଲେ। ଶେଷରେ ସଂଘର ସାଧାରଣ ସମ୍ପାଦକ ଧ୍ରୁବଚରଣ ସାହୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.

error: Content is protected !!