ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ଦୋଳ ଯାତ୍ରା, ପାଲିଙ୍କିରେ ନଗର ପରିକ୍ରମା କଲେ ଦେବୀ

You are currently viewing ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ଦୋଳ ଯାତ୍ରା, ପାଲିଙ୍କିରେ ନଗର ପରିକ୍ରମା କଲେ ଦେବୀ

ଆଠମଲ୍ଲିକ:  ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ଦୋଳ ଯାତ୍ରା ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିସହ ପାଲିଙ୍କିରେ ମା’ ନଗର ପରିକ୍ରମା କରି ମେଳଣ ମଣ୍ଡପରେ ବିଜେ ହୋଇଛନ୍ତି। ମା’ଙ୍କ ଦୋଳଯାତ୍ରା ଉପଲକ୍ଷେ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରକୁ ସାଜସଜା କରାଯାଇଥିଲା। ମା’ଙ୍କ ମୁଖ୍ୟ ପୂଜକ ପ୍ରଫୁଲ୍ଲ ପାଣିଗ୍ରାହୀ ସମସ୍ତ ପୂଜାବିଧି କାର୍ଯ୍ୟ ସମାପନ କରିଥିଲେ। ରାତି ୯ଟାରେ ମା’ଙ୍କ ସେବକ ଡୁମାଲ ସମ୍ପ୍ରଦାୟର ବ୍ୟକ୍ତିମାନେ ମା’ଙ୍କୁ ପାଲିଙ୍କି ବିଜେ କରିଥିଲେ। ପରେ ନାମ ସଂକୀର୍ତ୍ତନ, ଢୋଲବାଜା, ବାଡ଼ି ଖେଳ, ଆତସବାଜିରେ ମାହେଶ୍ୱରୀଙ୍କୁ ନଗର ପରିକ୍ରମା କରାଯାଇଥିଲା। ଶେଷରେ ହନୁମାନ ବଜାରସ୍ଥିତ ମେଳଣପଡିଆ ଠାରେ ପାଲିଙ୍କି ପହଞ୍ଚି ପୂଜାବିଧି କରାଯାଇଥିଲା।

ଦେବୋତ୍ତର ବିଭାଗ ପକ୍ଷରୁ ଦେବୋତ୍ତର ସହକାରୀ ନଗେନ କୁମାର ରାଉତ, ଅମୀୟ କୁମାର ତ୍ରିପାଠୀ, ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଦେବୋତ୍ତର ବିଭାଗ ଉପଦେଷ୍ଟା ସଭ୍ୟ ସୁଶାନ୍ତ କୁମାର ମହାପାତ୍ର, ସେବକ ଡୁମାଲ ସମ୍ପ୍ରଦାୟ ସଭାପତି ଅର୍ଜୁନ ପାତ୍ର, ସମ୍ପାଦକ ନଗେନ ପ୍ରଧାନ, ସୁଧାଂଶୁ ଗାଈଗରିଆ, ସଞ୍ଜୟ ମହାକୁଡ଼, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ କର୍ଣ୍ଣ, ମହେନ୍ଦ୍ର ସାହୁ, ନିରାକାର ଭୁକ୍ତା, ମିଲୁ ଭୁକ୍ତା, ଡମ୍ବରୁ ପ୍ରଧାନ, ସ୍ଥାନୀୟ ପୋଲିସ ପ୍ରଶାସନ ପ୍ରମୁଖ ଦୋଳଯାତ୍ରା ଓ ମା’ଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।

Share

Leave a Reply