ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକାଙ୍କୁ ଅଶାଳିନ ଅସଦ୍ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ୧୦ ବର୍ଷର ନାବାଳିକା ଗାଁରେ ବୁଧବାର ହୋଲି ଖେଳୁଥିଲେ। ଏହି ସମୟରେ ଗାଁର ଶିବାନନ୍ଦ ପଟ୍ଟନାୟକ ନାମକ ଜଣେ ଯୁବକ ଅତ୍ୟଧିକ ମଦ୍ୟପାନକରି ନାବାଳିକାଙ୍କୁ ଚକୋଲେଟ ଦେଇ ଡ଼ାକିଥିଲେ। ଅଶାଳିନଭାବେ ଅସଦ୍ ବ୍ୟବହାର କରିଥିଲେ। ଏ ନେଇ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଶିନନ୍ଦଙ୍କୁ ଗୁରୁବାର ଗିରଫକରି କୋର୍ଟ ଚାଲାଣ କରିଛି।











