ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ବନାଞ୍ଚଳ ଅନ୍ତର୍ଗତ ଲବଙ୍ଗୀରୁ କନ୍ତରସିଙ୍ଗା ଯିବା ରାସ୍ତାର ଏକ ନାଳରୁ ଉଦ୍ଧାର ହୋଇଛି ଦନ୍ତାହାତୀର ମୃତ ଦେହ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ସଂକ୍ରମଣ କାରଣରୁ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି। ମୃତ ଦେହଟି ସଢ଼ିବା ଆରମ୍ଭ କରିଥିଲା। ପ୍ରାଣୀ ଡାକ୍ତର କିଶୋର ସାହୁ, ବନ୍ତଳା ପ୍ରାଣୀ ଡାକ୍ତର ଦେବାଶିଷ ପଣ୍ଡା ପ୍ରମୁଖ ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି।
ହାତୀଟି ଅଣ୍ଡିରା ହୋଇଥିବା ବେଳେ ବୟସ ପାଖାପାଖି ୪ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।