୮ରେ ତାଳଚେର ବନ୍ଦ ଡାକରା

You are currently viewing ୮ରେ ତାଳଚେର ବନ୍ଦ ଡାକରା

ଅନୁଗୁଳ: ଟିଟିପିଏସ ବନ୍ଦ ପ୍ରତିବାଦରେ ତାଳଚେର କ୍ରିୟାନୁଷ୍ଠାନ କମିଟି ଓ ଏକତା ମଞ୍ଚ ପକ୍ଷରୁ ଆସନ୍ତା ୮ ତାରିଖରେ ତାଳଚେର ବନ୍ଦ ପାଳନ ଲାଗି ନିଷ୍ପତ୍ତି ହୋଇଛି । ସାଂସଦ ମହେଶ ସାହୁଙ୍କ ଦେଉଳବେଡ଼ା ସ୍ଥିତ କାର୍ଯ୍ୟାଳୟ ଠାରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ସ୍ଥିର ହୋଇଛି ଯେ, ଟିଟିପିଏସ ବନ୍ଦର ପୁନଃବିଚାର କରାନଗଲେ ଏହାର ପ୍ରତିବାଦସ୍ବରୂପ ୬ ତାରିଖରେ ୪ଘଣ୍ଟିଆ ପ୍ରତୀକ ଧର୍ମଘଟ, ୭ ତାରିଖରେ ପଥପ୍ରାନ୍ତ ସଭା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇ ୮ ତାରିଖ ଦିନ ତାଳଚେର ବନ୍ଦ କରାଯିବ। ଏହି ବୈଠକରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ପୁରୁଣା ପ୍ଲାଣ୍ଟ ବନ୍ଦ ହୋଇଗଲେ ୧୫ଶହ ଠିକା ଶ୍ରମିକ, ୩ହଜାର କର୍ମଚାରୀ ତଥା ପ୍ରାୟ ୩୦ହଜାର ଲୋକ ପ୍ରଭାବିତ ହେବେ। ତେଣୁ ନୂତନ ପ୍ଲାଣ୍ଟ ଉତ୍ପାଦନକ୍ଷମ ନହେବା ପର୍ଯ୍ୟନ୍ତ ଏହା ଚାଲୁ ରଖିବା ପାଇଁ ସାଂସଦ ଶ୍ରୀ ସାହୁ ଦାବି କରିଛନ୍ତି ।

Share

Leave a Reply