ବ୍ୟକ୍ତିଗତ କାରରେ ବ୍ୟବହାର କରିପାରିବେ ନାହିଁ ‘govt. of india’ ଲେଖା

You are currently viewing ବ୍ୟକ୍ତିଗତ କାରରେ ବ୍ୟବହାର କରିପାରିବେ ନାହିଁ ‘govt. of india’ ଲେଖା

ଭୁବନେଶ୍ୱର: ସରକାରୀ ବାବୁମାନେ ଏଣିକି ନିଜ ବ୍ୟକ୍ତିଗତ କାରରେ ଭାରତ ସରକାର ଲେଖା ଥିବା ଲୋଗା ବ୍ୟବହାର କରିପାରିବେ ନାହିଁ । ଏହା ଉପରେ ଅଙ୍କୁଶ ଲଗାଇଛନ୍ତି ସରକାର । ସରକାରୀ ଗାଡ଼ି ଅପେକ୍ଷା ସରକାରୀ କର୍ମଚାରୀଙ୍କ ବ୍ୟକ୍ତିଗତ ଗାଡ଼ିରେ ଗମେଣ୍ଟ ଅଫ ଇଣ୍ଡିଆ ବା ଭାରତ ସରକାର ଲେଖା ଥିବା ଲୋଗା ବହୁଳ ବ୍ୟବହାର ହେଉଛି ।

ତେବେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଖର୍ଚ୍ଚ ବିଭାଗ ଏପରି ଷ୍ଟିକର୍‌ ବା ଲୋଗର ବ୍ୟବହାର ନକରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ଏଭଳି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗ ତତ୍ପର ହୋଇଛି । ନିୟମକୁ କଡ଼ାକଡି ପାଳନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏଥିସହ ପେଟ୍ରୋଲ, ଡିଜେଲ ନୂଆ ଗାଡ଼ି ନ କିଣି ଇଲେକ୍ଟ୍ରିକ ଗାଡ଼ି କିଣିବାକୁ ସବୁ ମନ୍ତ୍ରାଳୟକୁ ନିର୍ଦ୍ଦେଶ ରହିଛି ।

Share

Leave a Reply