ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ୫୫ ନମ୍ବର ଜାତୀୟ ରାଜପଥର ତୁକୁଡ଼ା ଛକ ନିକଟରେ ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଆଜି ଦିନ ସାଢ଼େ ୧୨ ଟାରେ ଏକ ବାଇକରେ ଅନୁଗୁଳ ଆଡୁ ସମ୍ବଲପୁର ଆଡକୁ ଜୀବନ ନାଏକ(୩୬) ଓ ନରେନ୍ଦ୍ର ମଲ୍ଲିକ(୩୭) ନାମକ ଦୁଇ ଯୁବକ ଯାଉଥିବା ବେଳେ ତୁକୁଡ଼ା ଛକ ନିକଟରେ ବିପରୀତ ପଟୁ ଆସୁଥିବା ଏମଏଚ-୪୦-ବିଏଲ-୮୭୧୭ ନମ୍ବର ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ଜୀବନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଜୀବନ ଭୁବନ ଅଞ୍ଚଳର ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ଶିକ୍ଷକତା କରୁଥିଲେ। ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ପରେ ଟ୍ରକ ଚାଳକ ଓ ଖଲାସି ଫେରାର ହୋଇଛନ୍ତି। ପୁଲିସ ଗାଡି ଜବତ କରି ତଦନ୍ତ ଚଳେଇଛି।
ଟ୍ରକ ଧକ୍କାରେ ଶିକ୍ଷକଙ୍କମୃତ୍ୟୁ
- Post published:February 27, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
You Might Also Like
ଅନୁଗୁଳ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ହୁଙ୍କା ପିଟା କାମ! ମାତ୍ର ଫୁଟେ ଖୋଲି ବିଛାଉଛି ପାଣି ପାଇପଲାଇନ, ଭୟଙ୍କର ବିପଦକୁ ଦେଉଛି ନିମନ୍ତ୍ରଣ!
ବ୍ୟବଚ୍ଛେଦ ପରେ ପୋତାଗଲା ଟ୍ରେନ ଧକ୍କାରେ ପ୍ରାଣ ହରାଇଥିବା ଦନ୍ତାର ମୃତ ଦେହ





