ଔଷଧରେ ଷ୍ଟିକରିଂ ବ୍ୟବସ୍ଥା ଲାଗୁ ପାଇଁ ଚିନ୍ମୟୀଙ୍କ ଦାବି

You are currently viewing ଔଷଧରେ ଷ୍ଟିକରିଂ ବ୍ୟବସ୍ଥା ଲାଗୁ ପାଇଁ ଚିନ୍ମୟୀଙ୍କ ଦାବି

ଅନୁଗୁଳ: ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଚିନ୍ମୟୀ ଦାସ ଆଜି ଅନୁଗୁଳ ମେଡ଼ିକାଲ ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଷ୍ଟିକରିଂ ବ୍ୟବସ୍ଥା ଲାଗୁ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ନିରାମୟ କାଉଣ୍ଟରରେ ରୋଗୀଙ୍କୁ ଔଷଧ ପ୍ରଦାନ ବେଳେ ତାର ମାତ୍ରା, ଖାଇବା ସମୟ, ଔଷଧ ଖାଇବା ପୂର୍ବରୁ ନା ପରେ ଆଦି ତଥ୍ୟ ଗାଁ ଗହଳିର ଅପାଠୁଆ ଲୋକ ମାନେ ଜାଣି ପାରୁନାହାନ୍ତି। ଷ୍ଟିକରୀଙ୍ଗ ବ୍ୟବସ୍ଥା ହେଲେ ଓଡ଼ିଆ ଲେଖା ଥିବା ଷ୍ଟିକର ଯୋଗୁଁ ରୋଗୀମାନେ ପରିଷ୍କାର ପଢିପାରିବେ ଓ ଠିକ୍ ରୂପେ ଔଷଧ ସେବନ କରିପାରିବେ। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରସ୍ତାବ ଟିକୁ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ ।

Share

Leave a Reply