କାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ, ଗୋଡ଼ି ମୁଠେ ନ ପକାଇ ୧୦ ଲକ୍ଷ ଚଳୁ କଲେ ଯନ୍ତ୍ରୀ !

You are currently viewing କାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ, ଗୋଡ଼ି ମୁଠେ ନ ପକାଇ ୧୦ ଲକ୍ଷ ଚଳୁ କଲେ ଯନ୍ତ୍ରୀ !

ଅନୁଗୁଳ: କାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ। ୧୦ ଲକ୍ଷ ଟଙ୍କାର ରାସ୍ତା କାମ ଆସିଥିଲା। କିନ୍ତୁ ଗୋଡ଼ିଟିଏ ବି ନ ପକାଇ କି ଫଳକ ନିର୍ମାଣ ନ କରି ଟଙ୍କା ଉଠାଇନେଇଛନ୍ତି ଯନ୍ତ୍ରୀ। ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଏଭଳି ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଜନ ପ୍ରତିନିଧି ଓ ଗ୍ରାମବାସୀ।

ଅଭିଯୋଗ ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତର ବାରମଞ୍ଚା ଗାଁରେ ପଞ୍ଚମ ଏସଏଫସି ଯୋଜନାରେ ଏକ ରାସ୍ତା ନିର୍ମାଣ ପାଇଁ ଅର୍ଥ ଆସିଥିଲା। ବିଜୁ ମାଝୀ ଘରଠାରୁ ଆଉଁଳି ନଦୀ ପର୍ଯ୍ୟନ୍ତ ଏହି ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ତେବେ ଏହି ରାସ୍ତା ନିର୍ମାଣ ନ କରି ନିର୍ବାହୀ ଯନ୍ତ୍ରୀ ଟଙ୍କା ଉଠାଇ ନେଇଥିବା ଖୋଦ ପଞ୍ଚାୟତର ସମିଟିସଭ୍ୟ ଓ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।

ସେମାନଙ୍କ କହିବା କଥା ହେଲା ଏହି ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ସେଥିରେ ପ୍ରାୟ ୫୦୦ ମିଟର ପକ୍କା ସଡକ ନିର୍ମାଣ ହେବା କଥା। ହେଲେ ରାସ୍ତା ନିର୍ମାଣ ପାଇଁ ଫଳକ ନ ଲଗାଇ ଆଉ ରାସ୍ତାରେ ଗୋଡିଟିଏ ବି ନ ପକାଇ ଯନ୍ତ୍ରୀ ଜଣକ ବିଲ କରି ସମସ୍ତ ଟଙ୍କା ଚଳୁ କରିଛନ୍ତି। ଏନେଇ ଆଜି ସମିତିସଭ୍ୟ ଓ ଗ୍ରାମବାସୀ ମାନେ ଜିଲ୍ଲାପାଳ ଓ ପିଡିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ବିନା ସରକାରୀ ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ ଯନ୍ତ୍ରୀ ଏମିତି କରିବା ଅସମ୍ଭବ। ଏଣୁ ଉକ୍ତ ଯନ୍ତ୍ରୀ ଓ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି, ତାହାକୁ ଅପେକ୍ଷା ବୋଲି ଗ୍ରାମବାସୀ କହିଛନ୍ତି।

Share

Leave a Reply