ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆକ୍ରୋଶ ମୁଳକ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

You are currently viewing ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆକ୍ରୋଶ ମୁଳକ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।ଜିଲ୍କା ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୋଦି ସରକାର ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇ ତାଙ୍କୁ
କିଭଳି ହଇରାଣ କରାଯାଉଛି ତାହାକୁ ସମ୍ବିଧାନ ବିରୋଧୀ ବୋଲି କୁହା ଯାଇଥିଲା।

ଏହି ସମ୍ମିଳନୀରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ମହାନ୍ତି,ଯୁଧିଷ୍ଠିର ଜେନା,ଜିଲ୍କା ଓବିସି ସେଲ ନେତା ଜିତେନ୍ଦ୍ର ସାହୁ,ପିସିସି ସଦସ୍ୟ ଜୟନ୍ତ ସାହୁ,ଅନୁଗୁଳ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରା,ଆଇନଜୀବୀ
ସେଲ ମୁଖ୍ୟ ଧର୍ମେନ୍ଦ୍ର ମିଶ୍ର,ମିଡିଆ ସେଲ ମୁଖ୍ୟ ଗୋପାଳ ନାଥ,ଏସସି ସେଲ ପକ୍ଷରୁ ଟିକନ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଅଦାନୀ କମ୍ପାନୀ ବିରୁଦ୍ଧରେ ରାହୁଲ ସଂସଦରେ ବାରମ୍ବାର ପ୍ରଶ୍ନ ପଚାରିବା,ଭାରତ ଯୋଡୋ ଯାତ୍ରା କରିବାରେ ଅସହିଷ୍ଣୁ ହୋଇ କେନ୍ଦ୍ର ସରକାର ତାଙ୍କୁ ହଇରାଣ କରୁଛି ବୋଲି ସମ୍ମିଳନୀରେ ଉପସ୍ଥିତ ସଦସ୍ୟ ମାନେ ମତ
ବ୍ୟକ୍ତ କରିଥିଲେ।

କେନ୍ଦ୍ରର ଏ ଅସହିଷ୍ଣୁ ମନ ଭାବ ନ ବଦଳିଲେ କଂଗ୍ରେସ ଦେଶସାରା ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ।

Share

Leave a Reply