ଅନୁଗୁଳ: ବୁଧବାର ବିଜେଡିର ସଂଗଠନ ସଂପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଦିନିକିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସକାଳ ୮ଟାରେ ସେ ତାଳଚେର ହିଙ୍ଗୁଳା ମନ୍ଦିରରେ ମା’ଙ୍କ ଦର୍ଶନ କରିବା ପରେ ସକାଳ ୧୦ଟାରେ ଛେଣ୍ଡିପଦା ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବେ। ଏ ଅବସରରେ ସେ ବିଜେଡିର ଆଗାମୀ ଯୋଜନା ଓ ଜନ ହିତକର କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିବେ ବୋଲି ଜଣାଯାଇଛି।











