ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ କରୋନା ପରୀକ୍ଷା ଓ ଟିକାକରଣକୁ ଗୁରୁତ୍ଵ ଦେଉଛି। ସଦର ମହକୁମାକୁ ସର୍ବାଧିକ ଲୋକଙ୍କ ଆତଯାତ ଥିବାରୁ ପୁନର୍ବାର ସହରର ବ୍ୟବସାୟୀଙ୍କ କରୋନା ପରୀକ୍ଷା କରାଯାଉଛି। ବୁଧବାର ଲକ୍ଷ୍ମୀବଜାରରେ ମୋଟ୍ ୯୧ ଜଣଙ୍କ ନମୁନା ସଂଗ୍ରହ ହୋଇଛି। ଆର୍ଟିପିସିଆର୍ରେ ସମସ୍ତଙ୍କ ପରୀକ୍ଷା ହେବ। ପୂର୍ବାହ୍ନରୁ କରୋନା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବ୍ୟବସାୟୀ ପରୀକ୍ଷା କରିବାକୁ କୁନ୍ଥକୁନ୍ଥ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ସ୍ବତଃପ୍ରବୃତ୍ତ ଭାବେ କରୋନା ପରୀକ୍ଷା କରି ଜିଲ୍ଲାରେ ସଂକ୍ରମଣ ରୋକିବାରେ ସହାୟକ ହେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
୯୧ ଦୋକାନୀଙ୍କ କରୋନା ଟେଷ୍ଟ
- Post published:April 15, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul