ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋ ଥାନା ବଳରାମପ୍ରାସାଦ ଗାଁରେ ପୋଲିସ ଚଢ଼ଉ କରି ୫.୮୪୦ ମିଲି ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏହି ଘଟଣାରେ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦମ୍ପତି ହେଲେ ପ୍ରଦ୍ୟୁମ୍ନ ସାହୁ(୩୦) ଓ ଝିଲି ସାହୁ(୨୬)।
ସୂଚନା ଯେ, ପ୍ରଦ୍ୟୁମ୍ନ ଓ ଝିଲି ପୂର୍ବରୁ ବ୍ରାଉନ୍ସୁଗାର୍ ବିକ୍ରି କରି ଧରାପଡ଼ି ଜେଲ ଯାଇଥିଲା। ଜାମିନରେ ଆସି ପୁଣି ବ୍ରାଉନ୍ସୁଗାର ବେପାର କରୁଥିଲା। ପ୍ରଦ୍ୟୁମ୍ନ ଓ ଝିଲି ପୁଣି ବ୍ରାଉନ୍ସୁଗାର୍ ବେପାର କରୁଥିବା ନେଇ ଅଭିଯୋଗ ହୋଇଥିବା ବେଳେ ବୁଧବାର ରାତିରେ ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାଡ୍ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେମାନଙ୍କ ନିକଟରୁ ବ୍ରାଉନ୍ସୁଗାର ସହ ୩ଟି ମୋବାଇଲ୍, ଗୋଟିଏ କାର ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ଗିରଫ ଦମ୍ପତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ନାଲ୍କୋ ଥାନାଧିକାରୀ ଶ୍ୟାମଲାଲ ଓରାମ କହିଛନ୍ତି।