ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ୫ ଦିନ ଭିତରେ ୨ ହାତୀଙ୍କ ଜୀବନ ଗଲାଣି। ଏତେ ପରେ ବି ବେଫିକର ବସିଛି ବନ ବିଭାଗ।
ଗତକାଲି ଆଠମଲ୍ଲିକ ବନଖଣ୍ଡ ମାଧୁପୁର ରେଞ୍ଜ ଶଙ୍ଖାମାଳ ଗ୍ରାମରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ହାତୀର କିଭଳି ମୃତ୍ୟୁ ହୋଇଛି ତାହା ଜଣା ପଡ଼ିନଥିବା ବେଳେ ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବନ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ତେବେ ଆଠମଲ୍ଲିକ ବନଖଣ୍ଡରେ ଅନେକ ସମୟରେ ହାତୀଙ୍କ ମୃତ୍ୟୁ ସାମ୍ନାକୁ ଆସୁଥିବା ବେଳେ ବନ ବିଭାଗ କିନ୍ତୁ ସଠିକ ଦୃଷ୍ଟି ନଦେଉଥିବା ଓ ଶିକାରୀଙ୍କ ସହିତ କର୍ମଚାରୀ ମାନେ ଉତ୍ତମ ସମ୍ପର୍କ ରଖି ସେମାନଙ୍କୁ ପ୍ରଶୟ ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଦୁଇ ବର୍ଷ ଭିତରେ ଏହି ଅଞ୍ଚଳରେ ୫ ହାତୀଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ବନ ବିଭାଗ ଏଥିରେ ରୋକ ଲଗାଇ ପାରୁନି।


