ଅନୁଗୁଳ: ଅନୁଗୁଳ ଜିଲ୍ଲାର ବଣମଲ୍ଲି ଛେଣ୍ଡିପଦା ଥାନା ଅନ୍ତର୍ଗତ ମାମୁରିଆ ଗାଁର ଭିନ୍ନକ୍ଷମ ଲେଖିକା ବି ନିରୁପମାଙ୍କ ଆଜି ୪୨ ବର୍ଷ ବୟସରେ ପରଲୋକ ଘଟିଛି। ନିରୁପମା ଆମ ଜିଲ୍ଲାର ହେଲେନ କେଲର କହିଲେ ଅତ୍ୟୁକ୍ତି ହେବ ନାହିଁ। ବାପା ଭୁବନେଶ୍ବର ଭୂତିଆ ହେଡ ମାଷ୍ଟର,ମା ଆଶାଲତା ଗୃହିଣୀ। ନିରୁପମାଙ୍କ ଦୁଇ ଭାଇ ଉଚ୍ଚ ପଦବୀରେ ଚାକିରି କରନ୍ତି। ନିରୁପମା ଯେତେବେଳେ ତିନି ବର୍ଷ ହୋଇଥିଲା ହଠାତ୍ ତାଙ୍କୁ ପକ୍ଷାଘାତ ହେଲା। ତାଙ୍କ ସ୍କୁଲ ଜୀବନ ଶେଷ ହୋଇଗଲା। ସେ ଆଉ ବିଛଣାରୁ ଉଠି ପାରିଲେ ନାହିଁ। ଦୁନିଆ ଟା ତାଙ୍କ ପାଇଁ ଅନ୍ଧକରମୟ ହୋଇଗଲା। ହେଲେ ପରିବାରର ଲୋକଙ୍କ ପ୍ରେରଣା ତାଙ୍କୁ ମାନସିକ ଭାବେ ବେଶ୍ ଶକ୍ତିଶାଳୀ କଲା।ସେ ଲେଖିବାକୁ ମନ ବଳ।ଇଲେ। କେଉଁ ଏକ ଅଦୃଶ୍ୟ ଶକ୍ତି ତାଙ୍କ କଲମରେ ସାରସ୍ବତ ପ୍ରତିଭା ଢାଳିଦେଲା।ଗୋଟିଏ ପରେ ଗୋଟିଏ ଗଳ୍ପ କବିତା ପୁସ୍ତକ ସେ ଲେଖି ଚାଲିଲେ ।ତାଙ୍କର ପୁସ୍ତକ ମଧ୍ୟରେ ରହିଛି ଶିଶୁ କିଶୋର ସାହିତ୍ୟ ଆଶା,ଶିଶୁ କବିତା ସଂକଳନ ମାଣିକଟିଏ,କିଶୋର ଗଳ୍ପ ବାରଟି କାହାଣୀ, ଗୀତି କବିତା କବିତା ମାଳା, ସାବାସ ମିଲକା,ବିଜୟିନୀ। ଷ୍ଟୋରି ମିରର ପ୍ରକାଶନ,ପ୍ରତିଲିପି ସମ୍ମାନ ଓ ଅନ୍ୟ ବହୁ ସାହିତ୍ୟ ଅନୁଷ୍ଠାନରୁ ସେ ପୁରସ୍କୃତ। କିନ୍ତୁ ସେ ପ୍ରଚାର ବିମୁଖ ଥିଲେ। ତାଙ୍କ ଶବ୍ଦ ବିନ୍ୟାସ,ଗପ ଓ କବିତା ଭିତରେ ସମ୍ବେଦନଶୀଳତାର ପ୍ରଶସ୍ତ ଭାବଧାରା ନିହିତ ଥିଲା। ଆଜି ଏହି ଭିନ୍ନକ୍ଷମ ଲେଖିକାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗାଁ ଶ୍ମଶାନ ରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି।
ଅନୁଗୁଳର ବଣମଲ୍ଲି ଝରିଗଲା: ପରଲୋକରେ ଭିନ୍ନକ୍ଷମ ଲେଖିକା ବି ନିରୁପମା
- Post published:June 13, 2023
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik


