ଅନୁଗୋଳ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: ଲିଫ୍ଟ ଓ ଜେନେରେଟର ଅଚଳ, ରୋଗୀ ହନ୍ତସନ୍ତ

You are currently viewing ଅନୁଗୋଳ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: ଲିଫ୍ଟ ଓ ଜେନେରେଟର ଅଚଳ, ରୋଗୀ ହନ୍ତସନ୍ତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପିଏମପି ମେଡିକାଲ କଲେଜର ଟ୍ରମା କେୟାର ସେଣ୍ଟରରେ ଚିକିତ୍ସା ବ୍ୟବସ୍ଥା ଏବେ ଚିନ୍ତାଜନକ ସ୍ଥିତିରେ। ମଙ୍ଗଳବାର ଭୋର ସାଢ଼େ ୫ଟାରୁ ୯ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ବିଦ୍ୟୁତ ବିଭ୍ରାଟ ଯୋଗୁଁ ସମଗ୍ର ହସ୍ପିଟାଲ ସେବା ଠପ୍ ହୋଇଯାଇଥିଲା।

ଏହି ଚାରି ମହଲା ବିଶିଷ୍ଟ କୋଠାରେ ରୋଗୀଙ୍କ ଯାତାୟାତ ପାଇଁ ଥିବା ଏକମାତ୍ର ଲିଫ୍ଟ ବିଦ୍ୟୁତ ବିନା ଅଚଳ ହୋଇପଡ଼ିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରାମ୍ପକୁ ଏବେ ମେଡିକାଲ ଫର୍ନିଚର ଗୋଦାମ ଭାବେ ବ୍ୟବହାର କରାଯାଉଛି। ଫଳରେ ଗୁରୁତର ରୋଗୀମାନେ ସିଡ଼ିରେ ଯିବାକୁ ଅସମର୍ଥ ହେବାରୁ ଚିକିତ୍ସା ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।

ଜରୁରୀକାଳୀନ ପରିସ୍ଥିତି ପାଇଁ ରହିଥିବା ହାଇ-ଭୋଲ୍ଟେଜ୍ ଜେନେରେଟର (ଡିଜି) ମଧ୍ୟ ଅଚଳ ହୋଇପଡ଼ିଛି। ହସ୍ପିଟାଲ ଭଳି ସମ୍ବେଦନଶୀଳ ସ୍ଥାନରେ ଏଭଳି ଅଘୋଷିତ ବିଦ୍ୟୁତ ବିଭ୍ରାଟ ଏବଂ ଆନୁଷଙ୍ଗିକ ସୁବିଧାର ଅଭାବ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Share

Leave a Reply