୨୦୯ ଜଣ ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ବାଣ୍ଟିଲା ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି

You are currently viewing ୨୦୯ ଜଣ ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ବାଣ୍ଟିଲା ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି

ତାଳଚେର: ମକର ସଂକ୍ରାନ୍ତି ଅବସରରେ ତାଳଚେର ବ୍ଲକ୍ କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୪୪ ତମ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଣିହାଁସ୍ଥିତ ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ସଭାପତି ଶିକ୍ଷାବିତ୍ ସୁଧାକର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟ ଅତିଥି ଭାବରେ ଇଂ.ଧନେଶ୍ଵର ସାହୁ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଦୁଃଖବନ୍ଧୁ ସାହୁ, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୈତାରୀ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ ଓ ଶିକ୍ଷାବିତ୍ ଜୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।

ଏ ଅବସରରେ ୨୦୯ ଜଣ ଭିନ୍ନକ୍ଷମ ଦିବ୍ୟାଙ୍ଗମାନଙ୍କୁ ସମିତି ପକ୍ଷରୁ ଅନ୍ନଦାନ ଓ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମର ବଲ୍ଲଭ ପ୍ରଧାନ, ଜଗବନ୍ଧୁ ବାରିକ, ଅବନୀ କୁମାର ସାହୁ, ବିଷ୍ଣୁଚରଣ ସାହୁ, ସୁଶାନ୍ତ କୁମାର ସାହୁ, ରୋହିତ କୁମାର ପ୍ରଧାନ, ବିଜୟବସାହୁ, ବିପିନ ସ୍ୱାଇଁ, ଦୁଃଖୀଆ ସାହୁ, ଅଇଁଠୁ ସ୍ଵାଇଁ, ରମେଶ ସ୍ବାଇଁ, ପ୍ରାଣବନ୍ଧୁ ସ୍ଵାଇଁ, ବଳଭଦ୍ର ସାହୁ, ଜୟଚନ୍ଦ୍ର ସ୍ୱାଇଁ, ଜୟକୃଷ୍ଣ ବିଶ୍ୱାଳ, ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁଙ୍କ ସମେତ କଳମଛୁଇଁ ଗ୍ରାମବାସୀବୃନ୍ଦ ସହଯୋଗ କରିଥିଲେ।

ସଂପାଦକ କାଳନ୍ଦୀ ଚରଣ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭବାନୀ ପ୍ରସାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ କଳମଛୁଇଁ ଗ୍ରାମରେ ୧୯୮୨ ମସିହାରୁ ପ୍ରତି ବର୍ଷ ମକର ସଂକ୍ରାନ୍ତି ଦିନ ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଅନ୍ନ ଓ ବସ୍ତ୍ରଦାନ କରାଯାଉଛି।

Share

Leave a Reply