ଅନୁଗୁଳ ଜଗନ୍ନାଥ ମନ୍ଦିରରୁ ବାହାରିଲା ଡାକ୍ତରଙ୍କ କ୍ୟାଣ୍ଡେଲ ମାର୍ଚ

You are currently viewing ଅନୁଗୁଳ ଜଗନ୍ନାଥ ମନ୍ଦିରରୁ ବାହାରିଲା ଡାକ୍ତରଙ୍କ କ୍ୟାଣ୍ଡେଲ ମାର୍ଚ

ଅନୁଗୁଳ: ଆଜି ଅପରାହ୍ନ ସାଢେ଼ ପାଞ୍ଚଟା ସମୟରେ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ ଡାକରାରେ ଅନୁଗୁଳ ଜିଲ୍ଲାର ସମସ୍ତ ଡାକ୍ତରଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ କୋଲକାତା ଆରଜି ମେଡ଼ିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଯେଭଳି ଜଘନ୍ୟ ଭାବେ ବଳାତ୍କାର ଓ ହତ୍ୟା କରାଗଲା ସେଥିନେଇ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ଆଇଏମ୍‌ଏ ସଭାପତି ଡ଼ା ବିଛନ୍ଦ ଚରଣ ପ୍ରଧାନଙ୍କ ନେତୃତ୍ୱରେ ଆଇଏମ୍‌ଏ ସଦସ୍ୟ ମାନେ ଏକାଠି ହୋଇ ଉକ୍ତ ଘଟଣାରେ ସମସ୍ତ ଦୋଷୀଙ୍କୁ ଧରି ଗିରଫ କରିବା,ଡାକ୍ତରଙ୍କ ମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବା,ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଦାବିରେ ଡାକ୍ତରମାନେ କ୍ୟାଣ୍ଡେଲ୍ ମାର୍ଚ ବାହାର କରିଥିଲେ। ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା।

ଏହି ଶୋଭାଯାତ୍ରାରେ ବରିଷ୍ଠ ଡାକ୍ତର ପ୍ରଭାତ କୁମାର ପଣ୍ଡା,ବିଶ୍ୱଜିତ୍‌ ସାମଲ,ଚୈତନ୍ୟ ମାରାଣ୍ଡି,ବିଭୁ ପ୍ରସାଦ ଷଡ଼ଙ୍ଗୀ, ମହମିଲନ ମୁର୍ମୁ ପ୍ରମୁଖ ସାମିଲ ହୋଇଥିଲେ। ସେହିଭଳି ଆଇଡିଏ ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ଡ଼ା ଶଶାଙ୍କ ଶେଖର ସାହୁ ଏବଂ ଅନ୍ୟମାନେ ମାର୍ଚରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ ଅନୁଗୁଳ ରୟାଲ ପକ୍ଷରୁ ଡ଼ା ସୌମ୍ୟକାନ୍ତ ବିଶୋଇ,ଅଶୋକ ମାଣ୍ଡୋଠିଆ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଅନ୍ୟ ସଂଗଠନ ମାନଙ୍କ ମଧ୍ୟରେ ଜେଶିଆଇ,କ୍ୟାଟ୍, ଏଡିସିସିଆଇର ସଭାପତି ଦୀପକ ବର୍ମା, ଅଶୋକ ଜୈନ, ଅଶ୍ରୁର ସଦସ୍ୟ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହାଛଡା ଅନୁଗୁଳର ବରିଷ୍ଠ ସ୍ବେଛାସେବୀ ପର୍ଶୁରାମ ଦାଶ, ଚିନ୍ମୟୀ ଦାସ ରୋଟାରୀଆନ ବାଣୀ ଦେବ ଆଦି ଯୋଗ ଦେଇ ଡାକ୍ତରଙ୍କ ସୁରକ୍ଷା ଦାବି ପ୍ରତି ସମର୍ଥନ ଜଣାଇଥିଲେ।

Share

Leave a Reply