ଜିନ୍ଦଲ ନଗରରେ ଆର୍ଥ ଆୱାର ପାଳିତ, ଘଣ୍ଟାଏ ଲାଇନ ଅଫ୍ ରଖିଲେ ସ୍ଥାନୀୟ ବାସିନ୍ଦା

You are currently viewing ଜିନ୍ଦଲ ନଗରରେ ଆର୍ଥ ଆୱାର ପାଳିତ, ଘଣ୍ଟାଏ ଲାଇନ ଅଫ୍ ରଖିଲେ ସ୍ଥାନୀୟ ବାସିନ୍ଦା

ଅନୁଗୁଳ: ଅନୁଗୁଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ପରିବେଶୀୟ ସଚେତନତା କାର୍ଯ୍ୟକ୍ରମ “ଆର୍ଥ ଆୱର -୨୦୨୪” କମ୍ପାନୀ ପରିସରରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ୟୁନିଟର ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲ୍ହାନ, ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ଜିନ୍ଦଲଙ୍କ ସମେତ ନଗର ବାସିନ୍ଦା ଏବଂ ଅନ୍ୟାନ୍ୟ ଗୋଷ୍ଠୀ ସମୁଦାୟ ଉପସ୍ଥିତ ଥିଲେ।
ଏ ଅବସରରେ ବିଶ୍ଵ ପରିବେଶର ସୁରକ୍ଷା ନେଇ ଜନ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସନ୍ଧ୍ୟା ୮:୩୦ ମିନିଟରୁ ରାତି ୯:୩୦ ମିନିଟ ପର୍ଯ୍ୟନ୍ତ ଜିନ୍ଦଲ ନଗରର ସମସ୍ତ ଲାଇଟ ବନ୍ଦ ରଖାଯାଇଥିଲା। ଏହି ସମୟରେ ପରିବେଶ ସୁରକ୍ଷା କର୍ମୀମାନେ ହାତରେ ମହମବତୀ ଧରି ଦିବ୍ୟ ସରୋବର ଠାରୁ ଦେବ ଭୂମି ପର୍ଯ୍ୟନ୍ତ ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲା ପରିବେଶ ସୁରକ୍ଷା ନେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ପରେ ଆୟୋଜକଙ୍କ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ଏକ ସ୍ପଟ କ୍ୱିଜ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।

Share

Leave a Reply