ତାଳଚେର: ସ୍ଥାନୀୟ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳସ୍ତରୀୟ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ସଙ୍କୁଳ ଅନ୍ତର୍ଗତ ତାଳଚେର, ଦେଉଳବେଡ଼ା, ବଡ଼ ଯୋରଡ଼ା, ଆମ୍ବମୁଣ୍ଡା ଓ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟମାନେ ଅଂଶଗ୍ରହଣ କରିଥିଲେ।
ଅନୁଗୁଳ ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ନିରୀକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର ଓ ପ୍ରାନ୍ତ ବିଦ୍ୱତ ପରିଷଦ ସଂଯୋଜକ ଅଶ୍ୱିନୀ କୁମାର ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ତାଳଚେର ସଙ୍କୁଳ ସଂଯୋଜକ ହେମନ୍ତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏ ଅବସରରେ ତାଳଚେର ସଙ୍କୁଳ ଅନ୍ତର୍ଗତ ଶିଶୁ ବିଦ୍ୟାମନ୍ଦିରଗୁଡିକର ଶୈକ୍ଷିକ ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି ସହ ବିଭିନ୍ନ ପରିଚାଳନାଗତ ଯୋଜନାର ସମୀକ୍ଷା କରାଯାଇଥିଲା ।
ବୈଠକରେ କଳମଛୁଇଁ ଶିଶୁ ମନ୍ଦିରର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ, ତାଳଚେର ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ, ବଡ଼ ଯୋରଡା ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ମାୟାଧର ସାହୁ, ଦେଉଳବେଡା ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ବାବୁଲି ସାମଲ, ଆମ୍ବମୁଣ୍ଡା ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ନଗେନ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ବୈଠକ: ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ୱ
