ଘରେ ପଶି ମୋବାଇଲ୍ ଚୋରି ମହଙ୍ଗା ପଡ଼ିଲା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

You are currently viewing ଘରେ ପଶି ମୋବାଇଲ୍ ଚୋରି ମହଙ୍ଗା ପଡ଼ିଲା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଅନୁଗୁଳ: କଣିହାଁ ବ୍ଲକ୍, କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ରାତିରେ ଘରେ ପଶି ଚୋରି କରିବା ଅଭିଯୁକ୍ତକୁ ମହଙ୍ଗା ପଡ଼ିଛି । ସ୍ଥାନୀୟ ଲୋକ ଅଭିଯୁକ୍ତକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ଖୁଣ୍ଟରେ ବାନ୍ଧି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଅଭିଯୁକ୍ତକୁ ଧରି ଥାନାକୁ ଆଣିବା ସହ ତା’ଠାରୁ ୪ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ହେଡ଼ଫୋନ୍ ଜବତ କରିଥିଲା । ଏ ସଂକ୍ରାନ୍ତରେ ରେଙ୍ଗାଳି ଥିବା ପୁଲିସ ଏକ କେସ୍ ରୁଜୁ କରି ଅନୁସନ୍ଧାନ ଚଳାଇଛି । ଗିରଫ ଅଭିଯୁକ୍ତ ବଜ୍ରକୋଟ ଗ୍ରାମର ସୁକାନ୍ତ ନାଏକ(୨୭) ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ, ରେଙ୍ଗାଳି ଥାନା ଓଳନ୍ଦା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗାଁ ମୁଣ୍ଡରେ ରହୁଥିବା କିଛି ବଙ୍ଗାଳି ରାଜମିସ୍ତ୍ରୀଙ୍କ ନିକଟରୁ ୩ଟି ମୋବାଇଲ ଚୋରାଇ ନେଇଥିଲା ସୁକାନ୍ତ । ପରେ ଗ୍ରାମର ଦେବରାଜ ସାହୁଙ୍କ ଘରେ ପଶି ଷ୍ଟିଲ୍ ଆଲମିରା ଖୋଲୁଥିବା ସମୟରେ ଗୃହକଙ୍କ ନିଦ ଭାଙ୍ଗି ଯାଇଥିଲା । ସେ ସୁକାନ୍ତକୁ ଜାବୁଡ଼ି ଧରି ଡାକ ପକାଇଥିଲେ । ଗ୍ରାମରେ ଦଣ୍ଡନାଚ ଦେଖୁଥିବା ଲୋକ ଘଟଣାସ୍ଥଳକୁ ଦୌଡ଼ିଆସି ସୁକାନ୍ତକୁ ଧରି ଗାଁ କୋଠଘର ଠାରେ ଅଟକ ରଖି ରେଙ୍ଗାଳି ଥାନାକୁ ଖବର ଦେଇଥିଲେ । ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସରୋଜକାନ୍ତ ସାମଲ ପ୍ରକାଶ କରିଛନ୍ତି ।

Share

Leave a Reply