ଅନୁଗୁଳ ସିଡିଏମଓଙ୍କୁ ବିଦାୟ ସମ୍ବର୍ଦ୍ଧନା: ଡ଼ା ଗୌରୀ ଶଙ୍କର ବଳଭାରପ୍ରାପ୍ତ ସିଡିଏମଓ

You are currently viewing ଅନୁଗୁଳ ସିଡିଏମଓଙ୍କୁ ବିଦାୟ ସମ୍ବର୍ଦ୍ଧନା: ଡ଼ା ଗୌରୀ ଶଙ୍କର ବଳଭାରପ୍ରାପ୍ତ ସିଡିଏମଓ

ଅନୁଗୁଳ: ମେ’ ୩୧ ତାରିଖରେ ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ଅବସର ଗ୍ରହଣ କରୁଛନ୍ତି। ଏଣୁ ଆଜି ଜିଲ୍ଲା ଟ୍ରେନିଂ ହଲରେ
ଏକ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା ଏହି ସମାରୋହରେ ମେଡିକାଲ ସୂପରିନଟେଣ୍ଡେଣ୍ଟ ଡ଼ା ଗୌରୀଶଙ୍କର ବଳଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ
ଡାକ୍ତର,ନର୍ସିଂ ଷ୍ଟାଫ୍,ଏନ୍ଏଚଏମ କର୍ମଚାରୀ ଏବଂ ଅନ୍ୟ ପାରାମେଡିକଲ କର୍ମଚାରୀ ମାନେ ଯୋଗ ଦେଇଥିଲେ। ସମାରୋହରେ ଡାକ୍ତର ଏବଂ ଅନ୍ୟ ପଦାଧିକାରୀ ମାନେ ଡ଼ା ମହାନ୍ତିଙ୍କ ସମୟରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ତାଙ୍କର କର୍ତବ୍ୟନିଷ୍ଠା ସବୁ ଦିନେ ମନେ ରହିବ ବୋଲି କହିଥିଲେ। ଡ଼ା ମହାନ୍ତି ଏହାର ଉତ୍ତରରେ ଡାକ୍ତର ଓ କର୍ମଚାରୀଙ୍କ ସହଯୋଗ ପାଇଁ ଧନ୍ୟବାଦ୍ ଦେଇଥିଲେ।

ଏଥିସହିତ ନର୍ସିଂ ଅଫିସର ଶ୍ରୀମତୀ ମେରି ଏମ ଡେଭିଡ ମଧ୍ୟ ଅବସର ନେଉଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ କର୍ମଚାରୀ ନଳିନୀ ରଞ୍ଜନ ପ୍ରଧାନ, ସୁବ୍ରତ କୁମାର ବେହେରା ପ୍ରମୁଖ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply