ବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି, ଦୁଇ ଆହତ

You are currently viewing ବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି, ଦୁଇ ଆହତ

ଅନୁଗୁଳ: ବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି । ଦୁଇ ଆହତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ବୌଦ୍ଧ ଅଞ୍ଚଳରୁ ବେଲପୁଞ୍ଜି ଗାଁକୁ ଆସିଥିଲେ ବରଯାତ୍ରୀ । ପ୍ରୋସେସନ୍ ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏଥିରେ ମନମୁଣ୍ଡା ଗାଁର ଦୁଇଜଣ ଆହତ ହୋଇଛନ୍ତି । ଉଭୟ ବରର ବନ୍ଧୁ । ଜଣଙ୍କ ଡାହାଣ ଗୋଡରେ ଗୁଳି ବାଜିଥିବାବେଳେ ଅନ୍ୟ ଜଣଙ୍କ ଡାହାଣ ହାତରେ ଗୁଳି ବାଜିଛି । ଉଭୟଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଳି ଚଲାଇଥିବା ବ୍ୟକ୍ତି ମଧ୍ୟ ବରଯାତ୍ରୀରେ ଆସିଥିଲେ । କେଉଁ କାରଣରୁ ଫାୟାରିଂ ହୋଇଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଆଠମଲ୍ଲିକ ଥାନା ପୋଲିସ ।

Share

Leave a Reply