ଏନଟିପିସି କଣିହାଁକୁ ‘ସିଏସଆର ଉତ୍କର୍ଷତା ସମ୍ମାନ’: ସମ୍ବର୍ଦ୍ଧିତ କଲା ଉତ୍କଳ ସାମ୍ବାଦିକ ସଂଘ

You are currently viewing ଏନଟିପିସି କଣିହାଁକୁ ‘ସିଏସଆର ଉତ୍କର୍ଷତା ସମ୍ମାନ’: ସମ୍ବର୍ଦ୍ଧିତ କଲା ଉତ୍କଳ ସାମ୍ବାଦିକ ସଂଘ

ଅନୁଗୁଳ:ସାମାଜିକ ଦାୟିତ୍ୱବୋଧ (CSR) କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏନଟିପିସି କଣିହାଁକୁ ‘ସିଏସଆର ଉତ୍କର୍ଷତା ସମ୍ମାନ’ ପ୍ରଦାନ କରାଯାଇଛି। ମଙ୍ଗଳବାର ଏନଟିପିସି ପ୍ରଶାସନିକ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ଏନ୍. ରେଡ୍ଡି ଓ ଅତିରିକ୍ତ ମହାପ୍ରବନ୍ଧକ (ମାନବ ସମ୍ବଳ) ନବନୀତ କୁମାରଙ୍କୁ ସଂଘ ପକ୍ଷରୁ ଉପଢୌକନ ଓ ପ୍ରଶସ୍ତିପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ଅନୁଗୁଳ ଜିଲ୍ଲା ସାଧାରଣ ସମ୍ପାଦକ ଡଃ ରଶ୍ମି ରଞ୍ଜନ ମିଶ୍ରଙ୍କ ସମେତ କଣିହାଁ ଶାଖାର ପ୍ରମୁଖ କର୍ମକର୍ତ୍ତା ଓ ବିଏମଏସ ସଂଘର ସଭାପତି ବୀରେନ୍ଦ୍ର କାନୁନଗୋ ଉପସ୍ଥିତ ଥିଲେ। ଏନଟିପିସିର ସାମାଜିକ କଲ୍ୟାଣକାରୀ କାର୍ଯ୍ୟଧାରାକୁ ଏହି ଅବସରରେ ଉଚ୍ଚ ପ୍ରଶଂସା କରାଯାଇଥିଲା।

Share

Leave a Reply