ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସାପ୍ତାହିକ ହାଟରେ ବିଦେଶୀମଦ ବିକ୍ରି ଅଭିଯୋଗରେ ପୁଲିସ ମଙ୍ଗଳବାର ଜଣେ ବ୍ୟକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, କିଶୋରନଗରର ଦେବରାଜ ବେହେରା ମଙ୍ଗଳବାର ହାଟରେ ବିଭିନ୍ନ ବ୍ରାଣ୍ଡର ବିଦେଶୀମଦ ବିକ୍ରି କରୁଥିଲେ। ଏ ନେଇ ସୂଚନା ପାଇବାପରେ ପୁଲିସ ଚଢ଼ାଉକରି ସାଢ଼େ ୪ ଲିଟର ବିଦେଶୀମଦ ଜବତରକି ଦେବରାଜଙ୍କୁ ଗିରଫକରିଛି। ଏ ନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦେବରାଜଙ୍କୁ କୋର୍ଟ ଚାଲାଣ କରିଛି।
ବିଦେଶୀମଦ ଜବତ, ଜଣେ ଗିରଫ
- Post published:February 2, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
