ଅନୁଗୁଳ: ଅନୁଗୁଳ ବ୍ଲକ ତଥା ବନ୍ତଳା ହାଟବନ୍ଧ ନିକଟରେ ଗତ ୩୧ ତାରିଖରେ କାଶୀନାଥ ବେହେରା ଓରଫ କାଠିଆ(୩୪) ଙ୍କୁ ଗଳାକାଟି ହତ୍ୟା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ସନ୍ଦେହରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯାଉଥିବା ବେଳେ ଖୁବଶୀଘ୍ର ହତ୍ୟାକାରୀକୁ ଗିରଫ କରାଯିବ ବୋଲି ବନ୍ତଳା ପୁଲିସ ସୂଚନା ଦେଇଛି। ଅଟକ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ବେଳେ ହାଟ ନିକଟରୁ ପୁଲିସ ଉଭୟଙ୍କୁ ଉଠାଇ ଆଣିଛି। ପ୍ରକାଶ ଯେ, ଗତ ଶନିବାର ୮ଟା ବେଳେ କାଶୀନାଥ ଖିଆପିଆ ସାରିବା ପରେ ପରିସ୍ରା ଯାଉଛି କହି ଘରୁ ବାହାରି ଆସିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରିନଥିଲେ। ପରଦିନ ହାଟବନ୍ଧ ନିମ୍ନ ପାର୍ଶ୍ୱରେ ଥିବା ବିଲମାଳରେ କାଠିଆଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖାଯାଇଥିଲା । ତଣ୍ଟି କାଟି ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥିଲା ।
ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣା, ଦୁଇ ଅଟକ
- Post published:February 5, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
