ଯୁବକଙ୍କୁ ମାରପିଟ କରିବା ଅଭିଯୋଗ, ବନ୍ଧା ହେଲେ ଡେରା ସରପଞ୍ଚ

0

ତାଳଚେର: ମାରପିଟ କରିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ କୋଲିୟରୀ ଥାନା ନିକଟସ୍ଥ ଡେରା ପଞ୍ଚାୟତ ସରପଞ୍ଚ ଗୀତିଶ ପ୍ରୀତିଶ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ।

ସୂଚନା ମୁତାବକ, ଡେରା ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସରପଞ୍ଚ ଗୀତିଶଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଝଗଡ଼ା ଉଗ୍ର ରୂପ ନେଇ କଥା ମାରପିଟ୍ ଯାଏ ଯାଇଥିଲା। ଏ ନେଇ ପ୍ରତାପ ଚନ୍ଦ୍ର ପ୍ରଧାନ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ପରେ ଡେରା ସରପଞ୍ଚ ଶ୍ରୀ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!