ବଅଁରପାଳ : ସ୍ଥାନୀୟ ବଅଁରପାଳ ଅଞ୍ଚଳରେ ବ୍ଲାକମେଲ କରି ଜଣେ କଲେଜ ଛାତ୍ରୀଙ୍କ ସହ କିଛି ଯୁବକ ଦୁଷ୍କର୍ମ କରୁଥିବା ବେଳର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଛାତ୍ରୀଙ୍କ ଫଟୋ, ଦୁଷ୍କର୍ମ ପୂର୍ବ, ଦୁଷ୍କର୍ମ ବେଳର ଫଟୋ, ଦୁଷ୍କର୍ମ ପରର ଫଟୋ ଓ ଦୁଷ୍କର୍ମକାରୀ ଯୁବକଙ୍କ ଫଟୋ ଘୁରି ବୁଲୁଛି। ମୋବାଇଲରୁ ମୋବାଇଲକୁ ଏହି ଫଟୋ ବିଜୁଳି ବେଗରେ ଭାଇରାଲ ହେଉଛି।
ମିଳିଥିବା ସୂଚନା ମୁତାବକ, ଛାତ୍ରୀଙ୍କ ବୟସ ୧୭ ବର୍ଷ ଓ ସେ ସ୍ଥାନୀୟ ସରକାରୀ କଲେଜର +୨ ଦ୍ଵିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି। ସେ ତାଙ୍କ ପ୍ରେମିକଙ୍କ ସହି ଏକ ସ୍କୁଟି ଯୋଗେ ଯାଇ ନଟି ବୁଦା ମୂଳେ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ସମୟରେ କେତେକ ଯୁବକ ଦେଖି ତାଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ତାଙ୍କ ସହ ଶାରୀରିକ ସମ୍ପର୍କ ନ ରଖିଲେ ସେମାନେ ଏହି ଭିଡିଓକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ଫଳରେ ବାଧ୍ୟ ହୋଇ ଛାତ୍ରୀ ଜଣକ ଅନିଚ୍ଛା ସତ୍ତ୍ୱେ ସେହି ଯୁବକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଜଣକ ପରେ ଜଣେ ଦୁଷ୍କର୍ମ କରିବା ବେଳେ ଏହାର ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଥିଲେ। ଦୁଷ୍କର୍ମ କରି ସାରିବା ପରେ ଛାତ୍ରୀଙ୍କ ସମ୍ପୂର୍ଣ୍ଣ ଉଲଗ୍ନ ଭିଡ଼ିଓ ମଧ୍ୟ ଉତ୍ତୋଳନ କରି କହିଥିଲେ ଯେ ଆମେ ଯେତେବେଳେ କହିବୁ ସେତେବେଳେ ଆମ ପାଖକୁ ଆସିବୁ ଓ ଆମ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବୁ। ନଚେତ ସମସ୍ତ ଭିଡ଼ିଓ ଭାଇରାଲ କରିଦେବୁ। ଦୁଷ୍କର୍ମ ପରେ ସେମାନେ ଛାତ୍ରୀଙ୍କୁ ପୋଷାକ ପିନ୍ଧିବା ପାଇଁ କହିବା ସହିତ ପାଣି ପିଇବାକୁ କହିଥିବା ଭିଡିଓରେ ନଜର ଆସିଛି ।
ତେବେ ବର୍ତ୍ତମାନ ଏହି ଦୁଷ୍କର୍ମ ସମୟର ଭିଡ଼ିଓ ଓ ଛାତ୍ରୀଙ୍କ ଫଟୋ ବଅଁରପାଳ ଥାନା ଅଞ୍ଚଳରେ ଘୁରି ବୁଲୁଥିବା ଜଣାପଡ଼ିଛି। ଛାତ୍ରୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ, ତାଙ୍କ ସହିତ ପ୍ରେମିକର ଫଟୋ, ଦୁଷ୍କର୍ମକାରୀଙ୍କ ଫଟୋ ମଧ୍ୟ ଏବେ ଭାଇରାଲ ହେଉଛି। ଦୁଷ୍କର୍ମ କରିଥିବା ଯୁବକମାନେ ବଅଁରପାଳ ଥାନା ଅନ୍ତର୍ଗତ ଏକ ଗାଁର ବୋଲି ଜଣାପଡିଛି।ଅନ୍ୟପଟେ ଛାତ୍ରୀ ଜଣକ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ବନ୍ଦ କରି ଦେଇଥିବା ଜଣାଯାଇଛି। ଏନେଇ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି।