ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଭାଉଜ ଅଟକ

You are currently viewing ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଭାଉଜ ଅଟକ

ପାଳଲହଡ଼ା: ସ୍ଥାନୀୟ ପାଳଲହଡ଼ା ଅଞ୍ଚଳରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ବରଡ଼ିହ ପଞ୍ଚାୟତ ତନଗୋଳାର ସୁକୁଟୁ ଦେହୁରୀ ବୋଲି ଜଣାପଡ଼ିଛି।
ସେ ୫ ବର୍ଷ ହେବ ମୁକ୍ତାପୁରରେ ସମ୍ପର୍କୀୟ ବିଧବା ଭାଉଜଙ୍କ ସହ ରହି ଆସୁଥିଲେ।

ତେବେ ଦୁଇ ଦିନ ତଳେ ଦୁହିଁଙ୍କ ଭିତର ଝଗଡ଼ା ହୋଇଥିଲା। ଏହି କଥାକୁ ନେଇ ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏ ନେଇ ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ଗତକାଲି ପୋଲିସ ଦୁର୍ଗାପୂଜା ଅଛି କହି ଆଡେଇ ଯାଇଥିଲା। କିନ୍ତୁ ପରେ ଭାଉଜଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Share

Leave a Reply