ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

You are currently viewing ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଅନୁଗୁଳ: ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦେଶ କ୍ରମେ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଉପଖଣ୍ଡର ସମସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ, ପାଲଲହଡା ଥାନା, ଖମାର ଥାନା, ପାଲଲହଡା କୋଷାଗାର ଏବଂ ଏସଡିଜେଏମ କୋର୍ଟରେ ନିୟୋଜିତ ଥିବା ସମସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏଥିରେ ମୋଟ ୭୮ ଜଣ ପୋଲିସ କର୍ମଚାରୀ ଭାଗନେଇଥିବା ଉପଖଣ୍ଡ ପୋଲିସ ଅଧିକାରୀ କୈଳାଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପାଲଲହଡା ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତ, ଖମାର ଥାନା ଅଧିକାରୀ ଅରୁଣ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଉପଖଣ୍ଡ ଚିକିତ୍ସା ଅଧିକାରୀ ବିଶ୍ୱନାଥ ମୁର୍ମୁ ଏବଂ ଡାକ୍ତରଖାନାର ବରିଷ୍ଠ ଡାକ୍ତର ଦିଲ୍ଲୀପ କୁମାର ଭୋଇଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ସ୍ୱାସ୍ଥ୍ୟ ପରକ୍ଷା କରିଥିଲେ।

Share

Leave a Reply