ବିଜୟୀ ହେଲେ ଏକ ନୂଆ ଅନୁଗୁଳ ଗଠନ କରିବି:ଅକ୍ଷୟ ସାମନ୍ତ

You are currently viewing ବିଜୟୀ ହେଲେ ଏକ ନୂଆ ଅନୁଗୁଳ ଗଠନ କରିବି:ଅକ୍ଷୟ ସାମନ୍ତ

ଅନୁଗୁଳ: ନବୀନ ବାବୁଙ୍କ ନୀତି ଆଦର୍ଶ ମୋତେ ପ୍ରଭାବିତ କଲା। ତେଣୁ ମୁଁ ବିଜେଡିରେ ମିଶିଲି,ଚଳିତ ପୌର ନିର୍ବାଚନରେ ବିଜୟୀ ହୋଇ ନଗରପାଳ ହେଲେ ଏକ ସବୁଜ ସମୃଦ୍ଧ ନୂଆ ଅନୁଗୁଳ ଗଠନ କରିବି। ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏକଥା ପ୍ରକାଶ
କରିଛନ୍ତି ପୂର୍ବତନ ନଗରପାଳ ଅକ୍ଷୟ ସାମନ୍ତ। ସାମ୍ବାଦିକ ମାନଙ୍କୁ ଶ୍ରୀ ସାମନ୍ତ କହିଲେ ସେ ନଗରପାଳ ହେଲେ ରାସ୍ତା ସଫେଇର ଆଧୁନିକୀକରଣ,ସମସ୍ତ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ, ୨୪ ଘଣ୍ଟା ଶୁଦ୍ଧ ପାନୀୟ ଜଳ ଯୋଗାଣ, ଟ୍ରାଫିକ ବ୍ୟବସ୍ଥାରେ ସୁଧାର, ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍ ବ୍ୟବସ୍ଥା, ବୁଲା ଗାଈଗୋରୁଙ୍କ ପାଇଁ କାଞ୍ଜିଆହୁଦା, ଟ୍ରକ୍ ଟରମିନାଲ, ପୋଖରୀର ପୁନରୁଦ୍ଧାର, ନୃତ୍ୟ ସଙ୍ଗୀତ ଭାରତୀର ସମସ୍ୟା ଦୂରୀକରଣ ଏବଂ ସହର ବାସିନ୍ଦାଙ୍କ ପାଇଁ ପୌର କାର୍ଯ୍ୟାଳୟରେ ଏକ ହେଲ୍ପ ଡେସ୍କ ପ୍ରତିଷ୍ଠା କରିବେ। ନିର୍ବାଚନ ପ୍ରଚାର ବେଳେ ତାଙ୍କୁ ଅଭୂତପୂର୍ବ ଜନ ସମର୍ଥନ ମିଳୁଛି ଏବଂ ସେ ନିଶ୍ଚିତ ବିଜୟୀ ହେବେ ବୋଲି ପ୍ରକାଶ କରିଥିଲେ। ସେ ନଗରପାଳ ଥିବା ସମୟରେ ଇକୋ ପାର୍କ ନିର୍ମାଣ, ପରିମଳ ବ୍ୟବସ୍ଥା ରେ ସୁଧାର ପାଇଁ ଏମସି ସି ନିର୍ମାଣ,ରାସ୍ତା ରେ ଏଲଇଡି ଲାଇଟ୍ ସଂଯୋଗ, ବିଭିନ୍ନ ପାର୍କ ଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ କରିଥିଲେ। ଲଟେରୀ ମାଧ୍ୟମରେ ବେକାର ଯୁବକ ଯୁବତୀଙ୍କୁ ଦୋକାନ ଘର ଆବଣ୍ଟନ ଏବଂ ଏଫ୍ ଏସ ଟିପି ମାଧ୍ୟମରେ ତରଳ ମଳ ରୁ ସାର ଉତ୍ପାଦନ କରି ସେସବୁର ବିକ୍ରୟ ବ୍ୟବସ୍ଥା କରିଥିଲେ।ଶେଷରେ ସେ ଆସନ୍ତା ନିର୍ବାଚନରେ ସବୁ ଭୋଟର ଭାଇ ଭଉଣୀ ମାନଙ୍କ ସହଯୋଗ କାମନା କରିଥିଲେ ।

Share

Leave a Reply