ନାଲକୋ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ଜରିମାନା ଗଣିଲେ ୨୬ ବେପାରି

You are currently viewing ନାଲକୋ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ଜରିମାନା ଗଣିଲେ ୨୬ ବେପାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଅଞ୍ଚଳରେ ସୋମବାର ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଥିଲା। ବିଭିନ୍ନ ତୃଟି ପାଇଁ ୨୬ ଜଣ ବେପାରି ଜରିମାନା କରାଯାଇଥିଲା।

ସୂଚନା ଯେ, ଖାଦ୍ୟ ପେୟ ବ୍ୟବସାୟ କରୁଥିବା ଦୋକାନ, ମିଠା ବ୍ୟବସାୟ କରୁଥିବା ଦୋକାନ ଏବଂ ଗୁଟଖା ବ୍ୟବସାୟ କରୁଥିବା ଦୋକାନୀଙ୍କ ଉପରେ ଆଜି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ପ୍ରାୟ ୨୬ ଗୋଟି ଦୋକାନ ଉପରେ କରାଯାଇ ଦୋକାନୀଙ୍କୁ ଜରିମାନା କରାଯାଇଥିଲା । ଏହି ଯାଞ୍ଚ ପ୍ରକ୍ରିୟାରେ ଡିପିଏଚଓ ଧନଞ୍ଜୟ ବେହେରା, ଏଫଏସଓ ହରପ୍ରିୟା ବେହେରା, ଏମଟିଏସ ନୀଳାମ୍ବର ପ୍ରଧାନ ଉପସ୍ଥିତ ରହିଥିଲେ।

Share

Leave a Reply