ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଛେଣ୍ଡିପଦା ମଣ୍ଡଳ ଜୟ ଜଗନ୍ନାଥ ସେବା ସଂଘର ପ୍ରାକ୍ ବୈଠକ

You are currently viewing ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଛେଣ୍ଡିପଦା ମଣ୍ଡଳ ଜୟ ଜଗନ୍ନାଥ ସେବା ସଂଘର ପ୍ରାକ୍ ବୈଠକ

ଛେଣ୍ଡିପଦା: ଛେଣ୍ଡିପଦା ମଣ୍ଡଳ ଜୟ ଜଗନ୍ନାଥ ସେବା ସଂଘ ପକ୍ଷରୁ ପୁରୀ ରଥଯାତ୍ରାରେ ସେବା କାର୍ଯ୍ୟକ୍ରମ ପାଇଁ ଛେଣ୍ଡିପଦାସ୍ଥିତ ଯୋଗ ଶିବିର ପ୍ରକୋଷ୍ଠରେ ବ୍ଲକର ବହୁ ଗ୍ରାମର ଯୁବକଙ୍କୁ ନେଇ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ସେବା ସଂଘର ସଭାପତି ବିପିନ ବିହାରୀ ନାଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଂଘର ସମ୍ପାଦକ ଅଧ୍ୟାପକ ବୁଦ୍ଧଦେବ ପ୍ରଧାନ ଯୋଗ ଦେଇ ଛେଣ୍ଡିପଦା ମଣ୍ଡଳର ସମସ୍ତ ଗ୍ରାମକୁ ଯାଇ ଜଗନ୍ନାଥ କ୍ଷେତ୍ରରେ ୧୦ ଦିନ ବ୍ୟାପୀ ଅନ୍ନପ୍ରସାଦ ବଣ୍ଟନ କିପରି ଶୃଙ୍ଖଳିତ ଓ ସୁଚାରୁରୂପେ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ।

ସଭାରେ ମଣ୍ଡଳର ପ୍ରାୟ ୧୦୦ ଜଣ ଜଗନ୍ନାଥପ୍ରେମୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ତ୍ରିପୁର ମାଝୀ, ରବି ନାରାୟଣ ପ୍ରଧାନ, ସୁଜିତ ସାହୁ, ପ୍ରମୋଦ ବେହେରା, ବିଜୟ ବେହେରା, ମୀନକେତନ ସାହୁ, ଜିତୁ ସାହୁ, ପ୍ରଶାନ୍ତ ପ୍ରଧାନ, ବିଦ୍ୟାଧର ସାହୁ, ରାମଚନ୍ଦ୍ର ପ୍ରଧାନ, ବୈରାଗୀ ପ୍ରଧାନ, ଚାନ୍ତି ବେହେରା, ଘନଶ୍ୟାମ ମହାପାତ୍ର, ପ୍ରକାଶ ସାହୁ, କଳିଙ୍ଗ ସାହୁ, ବିଜୟ ଶତପଥୀ, ମହେଶ୍ୱର ସାହୁ, ଦୁଃଶାସନ ଦେହୁରୀ, ଦୟାନିଧି ସାହୁ, ବିଶେଶ୍ୱର ପ୍ରଧାନ, ସୁବାସ ପ୍ରଧାନ, ରଞ୍ଜନ ସାହୁ, ଯଶୋବନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply