ଅଜଣା ବାଇକ ଧକ୍କାରେ ବୃଦ୍ଧ ମୃତ

You are currently viewing ଅଜଣା ବାଇକ ଧକ୍କାରେ ବୃଦ୍ଧ ମୃତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅର୍ନ୍ତଗତ ବଡତ୍ରିବିଡା ପଞ୍ଚାୟତ ଅଫିସ ସମ୍ମୁଖରେ ଅଜଣା ବାଇକ ଧକ୍କାରେ ଡମ୍ବରୁ ବେହେରା (୭୨) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟ ହୋଇଥିବା ଜଣାଯାଇଛି। ତାଙ୍କର ଘର ବଡତ୍ରିବିଡା ଗ୍ରାମରେ।

ସୂଚନା ଯେ, ବୁଧବାର ସକାଳ ପ୍ରାୟ ସାଢ଼େ ୯ ଟା ବେଳ ଡମ୍ବରୁ ଘରୁ ପଞ୍ଚାୟତ ଅଫିସ ସମ୍ମୁଖ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ବାଇକ ଧକ୍କା କରି ଫେରାର ହୋଇଯାଇଥିଲା। ଫଳରେ ସେ ରାସ୍ତାରେ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଣିହାଁ  ମେଡ଼ିକାଲକୁ ନିଆଯାଇଥିଲା ମାତ୍ର  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ କଣିହାଁ ମେଡ଼ିକାଲରେ ପହଞ୍ଚି ଏକ ମୋକଦ୍ଦମା ରୁଜୁ କରି ଶବ ବ୍ୟବଛେଦ ପାଇଁ ତାଳଚେର ପଠାଇ ଥିବା ଜଣାପଡିଛି।

Share

Leave a Reply