ଅନୁଗୁଳ:ସଡକ ଦୁର୍ଘଟଣାରେ ଛେଣ୍ଡିପଦା ସବ୍ ରେଜିଷ୍ଟ୍ରି ଅଫିସର ବରିଷ୍ଠ କିରାଣୀ ସଂଜୀବ ଭୁତିଆଙ୍କର ମୃତ୍ୟୁ ଘଟିଛି। ଶନିବାର ସକାଳେ ଶ୍ରୀ ଭୁତିଆ ନିଜ ସ୍କୁଟରରେ ଛେଣ୍ଡିପଦା ଯାଉଥିବାବେଳେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରାଇ ସ୍କୁଲ ଠାରୁ ଅନତି ଦୁରରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇ ଥିଲା ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସେ ଅନୁଗୁଳ ଶିକ୍ଷକପଡ଼ାରେ ସପରିବାର ରହୁଥିଲେ । ତାଙ୍କ ଅକାଳ ମୃତ୍ୟୁରେ ଛେଣ୍ଡିପଦା ଓ ଶିକ୍ଷକପଡ଼ାରେ ଶୋକର ଛାୟା ଖେଳିଯାଇଛି।
ସଡକ ଦୁର୍ଘଟଣାରେ ବରିଷ୍ଠ କିରାଣୀ ମୃତ
- Post published:November 6, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
