ଜମୁଛି ଗଜଲକ୍ଷ୍ମୀ ପୂଜା, ନାଚ ଗୀତରେ ଫାଟି ପଡ଼ୁଛି କିଆକଟା ପଞ୍ଚାୟତ

You are currently viewing ଜମୁଛି ଗଜଲକ୍ଷ୍ମୀ ପୂଜା, ନାଚ ଗୀତରେ ଫାଟି ପଡ଼ୁଛି କିଆକଟା ପଞ୍ଚାୟତ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତରେ ଧୁମଧାମରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା। ଏ ଅବସରରେ ବୁଧବାର ଜନସାଧାରଣଙ୍କ ପାଇଁ ପୂଜା କମିଟି ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଆଶା କୁମାରୀ ସାହୁ, ସମ୍ମାନିତ ଅତିଥିଭାବେ ଆଠମଲ୍ଲିକ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ଯୁବ ସମାଜସେବୀ ମହେନ୍ଦ୍ର ସାହୁ, ବାସୁଦେବପୁର ପଞ୍ଚାୟତର ଯୁବ ସଂଗଠକ ସୂର୍ଯ୍ୟନାରାୟଣ ଡାଙ୍ଗ, କିଆକଟା ପଞ୍ଚାୟତର ଯୁବ ସଂଗଠକ ସୁମନ୍ତ ପ୍ରଧାନ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବିଶ୍ୱମ୍ବର ବେହେରା, ଆଇନଜୀବୀ ସନ୍ତୋଷ କୁମାର ତ୍ରିପାଠୀ, ଅରବିନ୍ଦ ଜ୍ୟୋତିଷରାୟ, ସମୀର କୁମାର ପ୍ରଧାନ, ନିରାକାର ଭୁକ୍ତା, ମୁନା ବାଘ, ସିଦ୍ଧାର୍ଥ ମହାକୁଡ଼ ଓ ସୁବୋଧ ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରମାନେ ସୁନ୍ଦର ଗୀତ, ନାଚ ଓ ଯାତ୍ରା ପରିବେଷଣ କରିଥିଲେ।

Share

Leave a Reply