ଫାଟକ ନିର୍ମାଣ ପାଇଁ ଶିଳାନ୍ୟାସ

You are currently viewing ଫାଟକ ନିର୍ମାଣ ପାଇଁ ଶିଳାନ୍ୟାସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଛକରେ ଗାଁର ମୁଖ୍ୟ ଫାଟକ ନିର୍ମାଣ ପାଇଁ ସୋମବାର ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଶିଳାନ୍ୟାସ କରିଛନ୍ତି। ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନଙ୍କ ତତ୍ତ୍ଵାବଧାନରେ ସାଂସଦ ଶ୍ରୀ ଗଙ୍ଗଦେବଙ୍କୁ ସ୍ବାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେପି ନେତା ଅଗସ୍ତ ବେହେରା, ପଞ୍ଚାୟତସମିତି ଅଧ୍ୟକ୍ଷ ଅଶୋକ ପ୍ରଧାନ, ସାଂସଦଙ୍କ ବ୍ଲକ୍ ପ୍ରତିନିଧି ଯଶୋବନ୍ତ ପ୍ରସାଦ ବେହେରା, ଦିଲୀପ ବେହେରା, ଗ୍ରାମ ଉପସଭାପତି ସୁଦୀପ୍ତ ପ୍ରଧାନ, ସମ୍ପାଦକ ରବୀନ୍ଦ୍ର ବେହେରା, ଜଗବନ୍ଧୁ ସାହୁ, ଥାନାଛକ ବଜାର କମିଟି ସଭାପତି ଦଣ୍ଡଧର ଦେହୁରୀ ପ୍ରମୁଖ ଯୋଗଦେଇଥିଲେ। ଫାଟକ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବାବେଳେ ଆବଶ୍ୟକହେଲେ ଅଧିକ ଅର୍ଥ ଦିଆଯିବ ବୋଲି ସାଂସଦ ଶ୍ରୀ ଗଙ୍ଗଦେବ ପ୍ରତିଶ୍ରୁତି ଦେଇଥିଲେ।

Share

Leave a Reply