ଅନୁଗୁଳ: ଆଠମଲ୍ଲିକ ବ୍ଲକ୍ର ଠାକୁରଗଡ଼ ପଂଚାୟତ ଇଲାକାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉପଖଣ୍ଡ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ଲଳିତ ମାହନ ବେହେରା। ଠାକୁରଗଡ଼ର ବଳରାମ ପୃଷ୍ଟିଙ୍କ ଘର ଠାରୁ ଚିତ୍ର ନାୟକଙ୍କ ଘର ଓ ନାକଚି ଛକ ଠାରୁ କେଶବ ନାୟକଙ୍କ ଘର ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଶୁକ୍ରବାର ଅପରାହ୍ନ ୨ଟାରୁ ୧୩ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା କରାଯାଇଛି । କେହି କଟକଣା ଉଲଂଘନ କଲେ ପ୍ରଶାସନ ଓ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜନସାଧାରଣଙ୍କୁ ସୂଚନା ଦିଆଯାଇଛି । ଠାକୁରଗଡ଼ରେ ଆଜି ସୁଦ୍ଧା କରୋନା ପଜିଟିଭ ସଂଖ୍ୟା ଦେଢ଼ ଶହରୁ ଅଧିକ ରହିଥିବା ବେଳେ ଅଧିକ ସଂକ୍ରମଣ ରୋକିବାକୁ ପ୍ରଶାସନ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଠାକୁରଗଡ଼ ମେଡ଼ିକାଲ, ଥାନା, ସମସ୍ତ ବଜାର ତଥା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଠାକୁରଗଡ଼ ଗ୍ରାମକୁ ସାନିଟାଇଜ କରାଯିବାକୁ ଦାବି ହୋଇଛି ।
ଠାକୁରଗଡ଼ରେ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍
- Post published:May 9, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
