ତାଳଚେରରୁ କେଜିଏରୁ ଅଧିକ ଧଳା ଜହର ଜବତ, ଦୁଇ ଆନ୍ତଃରାଜ୍ୟ ବେପାରୀ ଗିରଫ

You are currently viewing ତାଳଚେରରୁ କେଜିଏରୁ ଅଧିକ ଧଳା ଜହର ଜବତ, ଦୁଇ ଆନ୍ତଃରାଜ୍ୟ ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ୧.୧ କେଜି ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ୱର ଏସ୍ ଟି ଏଫ। ଗତକାଲି ଏସ୍ ଟି ଏଫ ତାଳଚେର ଅଞ୍ଚଳରେ ଚଢ଼ଉ କରି ଏହି ଘଟଣାରେ ପଶ୍ଚିମବଙ୍ଗର ରାକିବୁଲ ଶେଖ ଓ ତାଳଚେର ତ୍ରିନାଥ କଲୋନୀର ବିଜୟ ବୀରବର୍ମାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଏହି ଦୁଇ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ ତାଳଚେର ଅଞ୍ଚଳରେ ବେପାର କରିବାକୁ ଯୋଜନା କରୁଥିଲେ। ଖବର ପାଇ ଏସ୍ ଟିଏଫ ଟିମ୍ ତାଳଚେରରେ ଚଢ଼ଉ କରି ଉଭୟଙ୍କୁ ଅଟକ ରଖି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ୧ କେଜି ୧୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ସେମାନେ ଏହି ବ୍ରାଉନସୁଗାରକୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳରୁ ଆଣି ତାଳଚେର ଅଞ୍ଚଳରେ ବେପାର କରୁଥିବା ଜଣାପଡ଼ିଛି। ଉଭୟଙ୍କୁ ତାଳଚେର କୋର୍ଟକୁ ଚାଲାଣ କରାଯାଇଥିବା ଜଣାଯାଇଛି।

Share

Leave a Reply