ତାଳଚେର କଲେଜର ନୂତନ ଆର୍ଟସ ବ୍ଲକ ଉଦଘାଟିତ

You are currently viewing ତାଳଚେର କଲେଜର ନୂତନ ଆର୍ଟସ ବ୍ଲକ ଉଦଘାଟିତ

ତାଳଚେର: ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ନବନିର୍ମିତ ଆର୍ଟସ ବ୍ଳକ୍ ସୋମବାର ଉଦ୍‌ଘାଟିତ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠିରୁ ୧ କୋଟି ୬୬ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ଏହି ନୂତନ କୋଠା ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଦ୍ବାରା ଉଦ୍‌ଘାଟିତ ହେବା ସହ ମହାବିଦ୍ୟାଳୟକୁ ଉତ୍କର୍ଷରେ ପହଞ୍ଚାଇବା ତଥା ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଗରେ ସମସ୍ତ ଚେଷ୍ଟା ଅବ୍ୟାହତ ରହିବ ବୋଲି ପ୍ରକାଶ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରଘୁନାଥ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରାଧ୍ୟାପକ ତ୍ରିପୁରାରୀ ନାଥ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ । ପୂର୍ବତନ ଅଧ୍ୟକ୍ଷ ଅଶୋକ ପ୍ରସନ୍ନ ଶରଣ, ବାସନ୍ତି ଶତପଥୀ, ବସନ୍ତ କୁମାର ସାହୁ, ଦିଲ୍ଲୀପ କୁମାର ପ୍ରଧାନ, ଅଶୋକ ଶର୍ମାଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଡ. ନିମାଇଁ ଚରଣ ପ୍ରଧାନ, ଡ. ବିନୟ କୁମାର ଖୁଲାର, ସୁବ୍ରତ ଦାସ, ପ୍ରାଧାପିକା ଜୟଶ୍ରୀ ତିୱାରୀ, କଳ୍ପନା ବୋଇତି, ହୃଦାନନ୍ଦ ବେହେରା, ବିରଂଚି ନାରାୟଣ ସାମଲ, ରଣଜିତ୍ ସାହୁ, ସନ୍ତୋଷ କୁମାର ଦାସ, ନିଖିଲ ରଂଜନ ଦାସଙ୍କ ସମେତ ଅଧାପକ, ଅଧାପିକା ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

Share

Leave a Reply