ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ମନୋନୀତ

You are currently viewing ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ମନୋନୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ନାକିଚି ସ୍ଥିତ ମା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ବୈଠକରେ ନୂତନ କର୍ମକର୍ତ୍ତାଙ୍କ ମନୋନୟନ ହୋଇଛି। ନୂତନ ସଭାପତି ଭାବେ ବସନ୍ତ କୁମାର ନାଏକ, ସମ୍ପାଦକ ଭାବେ ନୀଳାମ୍ବର ସାହୁ, କୋଷାଧ୍ୟକ୍ଷ ଭାବେ ଅମରେନ୍ଦ୍ର ନାୟକ, ଉପସଭାପତି ଭାବେ ଗୋପବନ୍ଧୁ ସାହୁ, ସହସମ୍ପାଦକ ଭାବେ ଦୟାନିଧି ଦେହୁରୀ ଏବଂ ମିଡ଼ିଆ ସମ୍ପାଦକ ଭାବେ ରାଜୀବ ନାଏକ ମନୋନୀତ ହୋଇଛନ୍ତି।

ଏହା ସହିତ ଜିଲ୍ଲା ସ୍ତରକୁ ଜିଲ୍ଲା ପ୍ରତିନିଧି ଭାବରେ ରଂଜିତ କୁମାର ପ୍ରଧାନ ଏବଂ ସୁଶାନ୍ତ କୁମାର ନାଏକ ମନୋନୀତ ହୋଇଛନ୍ତି। ସର୍ବସମ୍ମତି କ୍ରମେ ଉପଦେଷ୍ଟା ମଣ୍ଡଳୀରେ ପୂର୍ବତନ ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ ସିଂ ଏବଂ ଉପସଭାପତି ପ୍ରମୋଦ କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇଛି।

Share

Leave a Reply