ଅନୁଗୁଳ: ପାଲଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥର ମୁକ୍ତାପୁର ଛକ ନିକଟରେ ଛିଡା ହୋଇଥିବା ଟ୍ରକ ପଛରେ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଆମ୍ବୁଲାନ୍ସରେ ବସି ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଘନ କୁହୁଡି ଯୋଗୁଁ ଘଟିଥିବା ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ମହାରାଷ୍ଟ୍ରର ଵିଶାଲ ଅହିର ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମହାରାଷ୍ଟ୍ରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଏହି ଆମ୍ବୁଲାନ୍ସଟି କଲିକତା ଯାଇ ମହାରାଷ୍ଟ୍ର ଫେରୁଥିବା ବେଳେ ଶନିବାର ବିଳମ୍ବିତ ରାତିରେ ମୁକ୍ତାପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ରାତିରେ କୁହୁଡି ଯୋଗୁଁ ମୁକ୍ତାପୁର ନିକଟରେ ଛିଡା ହୋଇଥିବା ଟ୍ରକକୁ ଆମ୍ବୁଲାନ୍ସ ଡ୍ରାଇଭର ସ୍ପଷ୍ଟ ଭାବରେ ଦେଖି ନ ପାରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି । ଆହତଙ୍କୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।
ଟ୍ରକ ପଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ମୃତ
- Post published:November 28, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau