ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ୫୩ ନମ୍ବର ଜାତୀୟ ରାଜପଥ ସନ୍ଥପଡ଼ା ଛକ ନିକଟରେ ବାଇକ ଓ ଟ୍ରଲର ଦୁର୍ଘଟଣା। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ। ମୃତକ ହେଲେ ବାରିହାପୁର ଅଞ୍ଚଳର ମନୋଜ ବେହେରା।
ସୂଚନା ଅନୁସାରେ, ମନୋଜ ଆଜି କାମ ସାରି ତାଳଚେରରୁ ନିଜ ଘର ବାରିହାପୁରକୁ ଯାଉଥିବା ବେଳେ ସନ୍ଥପଡା ଛକ ନିକଟରେ ହଠାତ ଟ୍ରଲରଟି ବ୍ରେକ ମାରିଥିଲା। ଫଳରେ ମନୋଜ ଟ୍ରଲର ପଛର ପିଟି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ ପରିବାର ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ। ପରେ ତାଳଚେର ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୋଲିସ ଟ୍ରଲରକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।